ମୁରିବାହାଲରେ ଅଶୋକ ସିଂଘଲଙ୍କ ଶତବାର୍ଷିକୀରେ ରକ୍ତଦାନ ଶିବିର; ୩୦ ୟୁନିଟ୍ ରକ୍ତ ସଂଗ୍ରହ ।
ବଲାଙ୍ଗୀର,୨୮।୧୧: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଓ ବଜରଙ୍ଗ ଦଳ, ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ସ୍ୱର୍ଗତ ଅଶୋକ ସିଂଘଲଙ୍କ ଶତବାର୍ଷିକୀ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ଜରିଆରେ ସମାଜସେବା ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ଥିଲା।
ଏହି ଅବସରରେ ଆୟୋଜିତ ସଭାରେ ବଜରଙ୍ଗ ଦଳ ମୁରିବାହାଲ ପ୍ରଖଣ୍ଡ ସଂଯୋଜକ ପଦ୍ମଲୋଚନ ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବଲାଙ୍ଗିର ଜିଲ୍ଲା ବିଜେପି ସମ୍ପାଦକ ପୁରୁନ୍ଦର ବାଗ, ମୁରିବାହାଲ ସରପଞ୍ଚ ବିଶ୍ୱ ବିହାରୀ ଯୋଶୀ ଏବଂ ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ପ୍ରମୁଖ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭିଏଚପି ଓଡ଼ିଶା ପଶ୍ଚିମ ସଂଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି, ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର, ସମାଜସେବୀ ଭବାନୀ ଶଙ୍କର ଶର୍ମା, ଭାରତ ଦାସ, ସୁଶୀଲ କୁମାର ମହାପାତ୍ର ଓ ରାଜୀବ କୁମାର ମହାନ୍ତି ଉପସ୍ଥିତ ଥିଲେ।
ସଭାକୁ ନାରାୟଣ ସାହୁ ପରିଚାଳନା କରିଥିବା ବେଳେ ସୁଧାଂଶୁ ପୋଢ଼ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରକୁ ସଫଳ କରିବାରେ ଓଡ଼ିଶା ଡ୍ରାଇଭର ମହାସଂଘ (ମୁରିବାହାଲ ବ୍ଲକ ଶାଖା), ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଓ ରାଧାକୃଷ୍ଣ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସମେତ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ବଜରଙ୍ଗ ଦଳର ସଦସ୍ୟ ରାଜେଶ କୁମାର ପଟ୍ଟନାୟକ, କପିଳେଶ୍ୱର ରାଉତ, ନିରଞ୍ଜନ ରଣା, ପ୍ରସନ୍ନ କର୍ମୀ, ଉଦିତ କୁମାର କଟା, ପ୍ରକାଶ ମହାକୁର, କରନ ଜାଲ, ଚନ୍ଦନ ରାଜପୁତ, ଲକ୍ଷ୍ମୀ ଭାଇ, ବିଟୁ ପୁରୋହିତ, ଯଦୁ ସାହୁ, ଅଜିତ ବାଗ, ଶିବା ରାଉତ, ଲିଲୁ ଜାଲ, ଲିକୁନ ସାହୁ, ଆଲୋକ ଦାସ, ଉଦୟ ସାହୁ, ଗୋବିନ୍ଦ ଶେଠ୍, ରୋହିତ ରଣା, ଦିବ୍ୟ ସାହୁ, ଜଗଦୀଶ କମ୍ପ, ରାଜ ନାଗ, ବାପୁନ୍ ମହାନ୍ତି, ପବିତ୍ର ସାହୁ, ରମାକାନ୍ତ ଭୋଇ, ଶ୍ରୀକାନ୍ତ ଭୋଇ, ବିମଳ କୁମ୍ଭାର, ଆଶିଷ ହଂସ, ସନାତନ ବଗର୍ତ୍ତୀ, ସୁଦାମ ସାହୁ, ଯଶ ଶର୍ମା, ପିଙ୍କୁ ହାତୀ ଓ ଉତ୍ତମ ଥାଟି ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
“ମାନବ ସେବା ହିଁ ମାଧବ ସେବା” — ଏହି ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଜରୁରୀକାଳୀନ ପରିସ୍ଥିତିରେ ରକ୍ତ ଅଭାବ ଦୂର କରିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଆୟୋଜକ ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

