Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଘୋଷଣା ମଧୁବାବୁ ପେନସନ ପଞ୍ଚାୟତ ରେ ମିଳିବ,ହେଲେ ମିଳୁନି ହିତାଧିକାରୀ ବାରଦୁଆର ଶୁଣ୍ଡିପିଣ୍ଡା

ଚିପିଲିମା,୧୨/୦୬ : ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନାରେ ପୂର୍ବରୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଦେଉଥିଲେ ।ଏବେ ସରକାରଙ୍କ ଘୋଷଣା ଅନୁଯାୟୀ ପଞ୍ଚାୟତ କାର୍ଯ୍ୟାଳୟରେ ନଗଦ ରାଶି ପାଇବେ।ଅତ୍ୟନ୍ତ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଆଦିଙ୍କୁ ଘରେ ଯାଇ ଦେଇ ଆସିବେ।ହେଲେ ସବୁ ପ୍ରହସନ ମନେହୁଏ।ଏପରି ଧନକଉଡା ବ୍ଲକ ବସନ୍ତପୁର ପଂଚାୟତରେ ଆଜି ଉଦାହରଣ ଦେଖିବାକୁ ମିଳିଛି।ତାଳପଦର ଗ୍ରାମର ମକରର୍ଧ୍ୱଜ ମିର୍ଦ୍ଧା ମଧୁବାବୁ ଯୋଜନାରେ ଭତ୍ତା ମିଳୁଛି।ସେ ଆଜି ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇଥିଲେ।ହେଲେ ସେଠାରେ ତାଙ୍କ ଭତ୍ତା ବ୍ୟାଙ୍କ ଖାତାରେ ଥିବା କହି ଫେରାଇଦିଆଯାଇଛି।ସେ ସେଠାରୁ ପୁଣି ବ୍ୟାଙ୍କକୁ ଯାଇଥିଲେ, ସେଠାରେ ଲିଙ୍କ ନ ଥିବାରୁ ଫେରିଆସିଥିଲେ।କହିବା କଥା ହେଲା କାହିଁକି ହିତାଧିକାରୀଙ୍କୁ ଏପରି ହଇରାଣ କରାଯାଉଛି ବୋଲି ବୁଦ୍ଧିଯିବି ମତ ଦେଇଛନ୍ତି।ସର୍ବୋପରି ହିତାଧିକାରୀ ଭତ୍ତା ପାଇଁ ବାରଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି।ଏନେଇ ସରକାର ସମାଧାନ କରିବାକୁ ସଚେତନ ମହଲରେ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories