Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

AAPର ପୂରା ଫୋକସ୍ ପିଲାଙ୍କୁ ଶିକ୍ଷିତ କରିବା ଉପରେ ରହିଛି; ବିଜେପି-କଂଗ୍ରେସକୁ କେଜ୍ରିଓ୍ଵାଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍ କହିଛନ୍ତି ତାଙ୍କ ସରକାରଙ୍କ ରାଜନୀତି ସଂପୂର୍ଣ୍ଣ ଭାବେ ପିଲାଙ୍କୁ ଶିକ୍ଷିତ କରିବା ଉପରେ ରହିଛି। କିନ୍ତୁ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଉଭୟ ଦିଲ୍ଲୀରେ ନିଜ ଶାସନକାଳରେ ଶିକ୍ଷା ଉପରେ ଆଲୋଚନା ବି କରି ନାହାନ୍ତି। କେଜରିଓ୍ଵାଲ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରରେ ଏକ ସରକାରୀ ବିଦ୍ୟାଳୟର ନୂତନ ଭବନର ଉଦଘାଟନ କରିବା ପରେ ଏହି ଟିପ୍ପଣୀ ଦେଇଛନ୍ତି।

ସେ କହିଛନ୍ତି, ଏହି ବିଦ୍ୟାଳୟର ନିର୍ମାଣ ୧୯୮୫ରେ ହୋଇଥିଲା। ଏହି ସମୟରେ ବିଜେପି ଏବଂ କଂଗ୍ରେସ ସରକାରରେ ଆସିଥିଲେ ଏବଂ ଯାଇଥିଲେ। ମାତ୍ର ସେମାନଙ୍କର ଏଜେଣ୍ଡା ଶିକ୍ଷା ଉପରେ ନ ଥିଲା। ମାତ୍ର ଆମର ରାଜନୀତି ଶିକ୍ଷା ଉପରେ ନିର୍ଭର ଅଟେ। ତାଙ୍କ ସରକାର ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ଉପରେ ପ୍ରତିବଦ୍ଧ। ବୋଧହୁଏ ଈଶ୍ଵର ଆପ୍ ପାର୍ଟି କ୍ଷମତାକୁ ଆସିବା ଏବଂ ସ୍କୁଲର ଭିତ୍ତିଭୂମି ସୁଧାରିବାକୁ ଅପେକ୍ଷା କରିଥିଲେ।

କେଜରିଓ୍ଵାଲ୍ କହିଛନ୍ତି, ପ୍ରଥମେ ଝିଅମାନଙ୍କ ଭିତରେ ଏହି ଭାବନା ଆସୁଥିଲା ଯେ, ସେମାନେ ସରକାରୀ ସ୍କୁଲ ଯାଉଛନ୍ତି ଏବଂ ତାଙ୍କ ଭାଇ ଘରୋଇ ବିଦ୍ୟାଳୟରେ ପଢୁଛି। ମାତ୍ର ଏବେ ଦିଲ୍ଲୀର ସରକାରୀ ସ୍କୁଲ ଭଲ ଶିକ୍ଷା ଦେଉଛନ୍ତି। ଆଉ କିଛି ସରକାରୀ ବିଦ୍ୟାଳୟର ଭବନର ପୁନରୁଦ୍ଧାର କାମ ବାକି ରହିଛି। ଆପ୍ ଏମସିଡିର ୧୮୦୦ ବିଦ୍ୟାଳୟର ସ୍ଥିତିରେ ମଧ୍ୟ ସୁଧାର କରିବାକୁ ଚାହୁଁଛି। ଆମେ ଚାହୁଁଛୁ ପିଲାଙ୍କୁ ପ୍ରଥମ ଶ୍ରେଣୀରୁ ହିଁ ଉତ୍ତମ ଶିକ୍ଷା ମିଳୁ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି।