Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୋହୀତଙ୍କ ସ୍ଥାନରେ କିଏ !

ସମ୍ବଲପୁର : ରେଢାଖୋଲ ବିଧାୟକ ତଥା ଏକ ଗୁରୁତ୍ୱପୂର୍ଣ୍ଣ ଭଳି ଉଚ୍ଚ ଶିକ୍ଷାମନ୍ତ୍ରି ଥିବା ଇଂ ରୋହୀତ ପୂଝାରୀଙ୍କୁ ଯେଭଳି ଅପ୍ରତ୍ୟାଶିକ ଭାବେ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଗଲା ତାହା ବିଜେଡିର ଦୁର୍ବଳତାକୁ ପଦାରେ ପକାଇବା ଭଳି ହୋଇଛି । ଏହାକୁ ନେଇ ବିଜେଡି କାହିଁକି ସାଧାରଣ ଜନତାଙ୍କ ମଧ୍ୟ୍ୟରେ ଏକ ଆଲୋଡନ ଦେଖାଦେଇଛି । ଦଳର ଆଭ୍ୟନ୍ତର ସ୍ତରରେ ମଧ୍ୟ କନ୍ଦଳ ଓ ଅସୂଆ ଭାବ ଥିବା ଭଳି ଏହି ଘଟଣା ଚର୍ଚାର ବେଶ ଖୋରାକ ଯୋଗାଇଛି। ଦଳ ଭିତରେ ଜଣେ ସାଂଗଠନିକ ନେତାଙ୍କୁ ଦଳ ମୂଖିଆ ଅପାରଗ କହି ଯେଭଳି ମନ୍ତ୍ରୀମଣ୍ଡଳରୁ ରାଜ୍ୟପାଳଙ୍କ ଅନୁମୋଦନ ନେଇ ବହିଷ୍କାର କଲେ ତାହାକୁ ସହଜରେ ଗ୍ରହଣ କରାଯାଇ ନପାରେ। ଏହା ଦ୍ୱାରା ସମାଜକୁ ଏକ ଖରାପ ବାର୍ତ୍ତା ଗଲା। ମନ୍ତ୍ରୀ ଯଦି ଅପାରଗ ହେଲେ ସେ ବିଧାୟକ ପାଇଁ ବା ଯୋଗ୍ୟବୋଲି ଦଳ ବାରମ୍ବାର କାହିଁକି ଟିକଟ ଦେଉଥିଲା? ପୁର୍ବରୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଓ ଉପମୂଖ୍ୟ ସଚେତକ ଭଲି ୨ ଥର ଦାୟିତ୍ୱ ନେଇଥିବା ଜଣେ ସାଂଗଠନିକ ନେତାଙ୍କୁ ଅପାରଗ ଓ ନିଜର ପ୍ରଦର୍ଶନ ଅଭାବ ଦେଖାଇ ରାଜ୍ୟପାଳଙ୍କ ସୁପାରିଶ ଯାଏ କଥା ନଯାଇ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇ ପାରିଥାନ୍ତା । ଏହା ଦଳର ଆଭ୍ୟନ୍ତର କଥା ହେଉବା ନବୀନଙ୍କ ସ୍ୱଚ୍ଛତାର ବାର୍ତ୍ତା ଦେବାକୁ ଯାଇ ଏଭଳି ପଦକ୍ଷେପ ନିଆଗଲା ତାହା ବଡକଥା ନୁହଁ । ବରଂ ଏ ଭିତରେ ଷଡଯନ୍ତ୍ର ଥିବାର ବାସ୍ନା କେବଳ ଆସୁନି ବରଂ ସରକାରଙ୍କ ଏଭଳି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ସଦୃଶ ହୋଇଛି । ସରକାର ଉପର ମହଳରେ ନିଜର ସ୍ୱଚ୍ଛତା କେମିତି ରଖିଛନ୍ତି ତାହା ତଳିଆ ଭୋଟରଙ୍କୁ ଦେଖାଯାଏନି । ବର୍ତ୍ତମାନ ପଞ୍ଚାୟତ ଠାରୁ ବ୍ଲକ୍ ଓ ଜିଲ୍ଲାପରିଷଦ ଯାଏ ଯେଭଳି ଦୁର୍ନୀତିର ଗନ୍ଧ ଛନ୍ଦାଛନ୍ଦି ହୋଇ ରହିଛି ତାହା ଅନଦାନ ଅର୍ଥର ବିକାଶ ସାଧାରଣ ଜନତାଙ୍କୁ କେତେ ପହଞ୍ଚ ହୋଇଛି ନିଜେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଅନେକ ସ୍ଥାନରୁ ବ୍ଲକ୍ ନେତୃତ୍ୱର ପରିବର୍ତ୍ତନ ସହିତ ଅନେକ ସରପଞ୍ଚ୍ ଙ୍କୁ ବରଖାସ୍ତ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଯଦି ଜଣେ ଶିକ୍ଷିତ ଦକ୍ଷ ଓ ସାଂଗଠନିକ ମନ୍ତ୍ରୀ ଅପାରଗ ହୋଇପାରିଲେ ତ୍ରୀସ୍ତରୀୟ ପଞ୍ଚାୟତରେ କେତେଯେ ଅପାରଗ ଓ ଛାୟା ନେତା ରହିଛନ୍ତି ସେମାନଙ୍କ ଉପରେ ସରକାର ନେଇପାରିବେତ ଏଭଳି କଠୋର ପଦକ୍ଷେପ । ଏଭଳି ଚର୍ଚା ଏବେ ହାଟରେ ଗଡି ବାଟରେ ପଡିଲାଣି। ଅନେକ ସ୍ଥାନରେ ୨ ବର୍ଷକୁ ଅପେକ୍ଷା କରି ଅନାସ୍ତା ଭଳି ପଦକ୍ଷେପ ନେବାକୁ ତତ୍ପରତ ପ୍ରକାଶ ପାଇଲାଣି । ପୁନଶ୍ଚ ପଶ୍ଚିମାଞ୍ଚଳରେ ସମ୍ବଲପୁର ଏକ ବିଶେଷ ସ୍ତାନ ବହନ କରୁଛି । ଜିଲ୍ଲାରୁ ଏକ ମାତ୍ର ମନ୍ତ୍ରୀ ଥିବା ରୋହୀତଙ୍କୁ ଯେଭଳି ଭାବରେ ଅପମାନିତ କରିବା ଭଳି ସରକାର ମନ୍ତ୍ରି ପଦରୁ ତଡିଲେ ତାହା ସମ୍ବଲପୁର ଜିଲ୍ଲାବାସୀଙ୍କ ପ୍ରତିଭି ଅପମାନ ସୂଚକ ହୋଇଛି । ବିଜେଡିର ଛାମୁଆଁ,ଅସନ୍ତୁଷ୍ଟ ଓ ନୀରବଦ୍ରଷ୍ଟା ଭଳି କୌଣସି ଗୋଷ୍ଠିକୁ ଏହା ସୁହାଇଲା ଭଳି ଲାଗୁନି। ବରଂ ସମ୍ବଲପୁର ପ୍ରତି ସରକାରଙ୍କ ଏହା ଏକ ବୈମାତୃକ ମନୋଭାଦ ପ୍ରଦର୍ଶନ ଭଳି ନିଜର ଭୂମିକାକୁ ପ୍ରତିବାଦିତ କରିଥିବା ସବୁଠି ଓ ସବୁ ମହଳରେ ଚର୍ଚା ହେଉଛି । ଯାହାକି ଦଳ ପ୍ରତି ବିଶେଷ କ୍ଷତିର କାରଣ ବୋଲି ପରୋକ୍ଷରେ କୁହାଯିବ। ସାଧାରଣ ନିର୍ବାଚନ ପାଖେଇ ଆସିଥିବା ବେଳେ ଓ ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ମନ୍ତ୍ରୀଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଦଳ ପ୍ରତି କେବଳ କ୍ଷତି ପହଞ୍ଚାଇ ନାହିଁ ବରଂ ଅନେକ କର୍ମୀଙ୍କ ନୈତିକ ବଳ ଭାଙ୍ଗିଯାଇଥିବା ଓ ଏ ସରକାର ନିଜର ସ୍ୱଚ୍ଛତା ବାହାନାରେ କାହାର ନୁହ୍ଁନ୍ତି ଭଳି ଆଲୋଚନା ମୂଖ୍ୟ ପ୍ରସଙ୍ଗ ପାଲଟିଛି ।

ପୁଣି ଦ୍ୱତୀୟରେ ସମ୍ବଲପୁର ଜିଲ୍ଲା ଏବେ ମନ୍ତ୍ରୀ ଶୁନ୍ୟ । ସମସ୍ତ ଦୃଷ୍ଟିକୋଣରୁ ଦେଖିଲେ ସମଗ୍ର ଓଡିଶାରେ ସମ୍ବଲପୁର ର ବିଶେଷତ୍ୱ ଭିନ୍ନ । ଏ ଦୃଷ୍ଟିକୋଣରୁ ସମ୍ବଲପୁର ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇଗଲେ ସାଧାରଣ ନିର୍ବାଚନ ପ୍ରତି ଖରାପ ପ୍ରଭାବ ପକାଇବ ତାହା ସୁନିଶ୍ଚିତ । ଏଭଳି କ୍ଷେତ୍ର ରେ ସମ୍ବଲପୁର କିମ୍ବା ପଡୋଶୀ ଜିଲ୍ଲାର ବିଧାୟକ ଯାହାର ସମ୍ବଲପୁର ଉପରେ ଭଲ ପ୍ରଭାବ ଥିବ ତାକୁ ମନ୍ତ୍ରୀ କରାଯାଇପାରେ ବୋଲି ଏକ ଚାପା ଗୁଞ୍ଜରଣ ଉଠୁଛି । ଯାହାରବି ନାଁ ଉଠୁଛି ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଗତ ପୁନଃର୍ଗଠିତ ମନ୍ତ୍ରୀ ମଣ୍ଡଳରେ ନେଇପରିଥାନ୍ତେ । ତେଣୁ କୌଣସି କ୍ୟାରେସିସ ମ୍ୟାନେଜରଙ୍କୁ ରୋହୀତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ବସାଇବେ ଏହା ଭାବିବା ଭୁଲ ହେବ। ପୁଣି ଉଚ୍ଚ ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଖାଲି ରଖି ଅତିରିକ୍ତ ଦାୟିତ୍ୱରେ ଯଦି କାମ ଚଳାଇଦେବେ ତାହାବି ଠିକ୍ ନୁହେଁ। ଆସନ୍ତା ନିର୍ବାଚନକୁ ଭୋଟର ପାଖକୁ ଖରାପ ବାର୍ତ୍ତା ଯିବାର ଭୟବି ରହିଛି ସରକାର ଉପରେ ।

ତେଣୁ ଏହି ମନ୍ତ୍ରୀପଦ ନିଶ୍ଚୟ ପୂରଣ ହେବ ହୁଏତ ଛୋଟ ଧରଣର ବିଭାଗ ବଦଳି ଭିତରେ । ଏ ଦୃଷ୍ଟି କୋଣରୁ ବର୍ତ୍ତମାନ କୁଚିଣ୍ଡାର ବିଧାୟକ ଥିବା କିଶୋର ନାଏକଙ୍କ ପ୍ରତି ସରକାର ଭରସା କରିପାରନ୍ତି । ରୀତା ସାହୁ ଯଦି ମନ୍ତ୍ରୀ ହୋଇପାରିଲେ ଦେଖିବାକୁ ଗଲେ କିଶୋରଯେ କେଉଁ ଗୁଣରୁ ପଛରେ ପଡିବେ । ଯଦି ଏହା ହେଉଛି ତେବେ ସମ୍ବଲପୁର ସହିତ ସବୁ ସମୟ ଓ ପରିସ୍ଥିତିରେ ସାଥିରେ ରହୁଥିା ଝାରସୁଗୁଡା ଜିଲ୍ଲାର ୨ ବିଧୟିକାଙ୍କ ମଧ୍ୟରୁ କାହା ଉପରେ ଜଣଙ୍କୁ ବିଶ୍ୱାସକୁ ନେଇ ସରକାର ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । କିନ୍ତୁ ଏହା ନହୋଇ ଯଦି ବିଭାଗ ପୂରଣ ନହୁଏ ଅବା ସମ୍ବଲପୁର କୁ ବାଦ ଦେଇ ସରକାର ଆଉ କାହା ଉପରେ ନିର୍ଭର କରନ୍ତି ତେବେ ଭବିଷ୍ୟତରେ ନିଜ ପାଇଁ ବୁମେରାଂ ସାଜିବା ଆଶଙ୍କାକୁ ସହଯରେ ଏଡାଇ ଦିଆଯାଇପାରିବନି । ପୁନଶ୍ଚ କୁଚଣ୍ଡାରେ ପୁର୍ବତନ ବିଧାୟକ ରବି ନାରାୟଣ ନାଏକଙ୍କ ଏକ ପ୍ରକାର ଦବଦବାକୁ ଅସ୍ୱୀକାର କରି ହେବନି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ପୁରାତନ ଓ ବରିଷ୍ଠ ନେତାଙ୍କୁ ଏକାଠି କରି ଫାସିମାଲରେ ଯେଉଁ ସଭା କଲେ ତାହାର ସକରାତ୍ମକ ବିଚାରଧାରା ଲୋକଙ୍କ ପାଖରେ ପହଞ୍ଚି ଆଗାମୀ ନିର୍ବାଚନୀ ପ୍ରସ୍ତୁତି ପାଇଁ ଏକାଠି ହେଉଥିବାର ଖବରବି ମୁଖ୍ୟମନ୍ତ୍ରୀଙ୍କ ଠାରେ ପହଞ୍ଚି ସାରିଲାଣି । ଏଥିପାଇଁ ବିଜେଡିବି ନିଜର କସରତ ଓ ପ୍ରତିଷ୍ଠା ଦେଖାଇ କୁଚିଣ୍ଡାଲୁ ହାତଛଡା କରିବାକୁ ଚାହିଁବନି । ତେଣୁ ଏଭଳି ସ୍ୱଭାବ ସୁଳଭ ଯୁବ ନେତୃତ୍ୱ ଉପରେ ଅଳ୍ପ ଦିନ ହେଉପଛେ କିଶୋର ନାୟକଙ୍କୁ ମନ୍ତ୍ରିପଦ ଦେଇପାରନ୍ତି। ରାଜନୈତିକ ପାଣିପାଗକୁ ଦେଖି ମସ୍ତବଡ ରିସ୍କ ଉଠାଇ ଗୋଟିଏ ଗୁଳିରେ ୨ ଶୀକାର କରିବାରେ ସିଦ୍ଦହସ୍ତ ନବୀନଙ୍କ ଶେଷ ନିଷ୍ପତ୍ତି ଖୁବଶିଘ୍ର ଆସିବା ସମ୍ଭାବନା ରହିଛି। ଯାହାକି କିଶୋର ଭରସା ମହୌଷଧି ଶେଷ ଅସ୍ତ୍ର ଭଳି ବିଜେଡି ନୂଆଁ ଦୀପାଳିର ଆଲୋକ ସାଜିବ !