Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ୍ ଜବତ

ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କେନ୍ଦୁପତ୍ର ଚୋରାଚାଲଣ ବଢିବାରେ ଲାଗିଛି । ଆଜି ପୁଣି ରେଢାଖୋଲ ବନ ବିଭାଗ ଡିଭିଜନରେ ଏଭଳି ଏକ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରା ଚାରାଚାଲାଣ କାରୀ ଦଳଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ବନ ବିଭାଗ। ବଡମାଲ ରେଞ୍ଚରୁ ୬୪୮ ବଣ୍ଡଲ ବେଆଇନ କେନ୍ଦୁପତ୍ର ପରିବହନକରି ଏଚଆର୍ ୩୮ ଏକ୍ସ ୭୯୦୦ ଇଚର ଟ୍ରକରେ ଭୋର ସକାଳ ୩.୩୦ରେ ବୋଝେଇ ହୋଇଆସୁଥିବା ଖବର ପାଇ ରେଢାଖୋଲ ରେଞ୍ଚ ଏସିଏଫ ଦେବୀ ପ୍ରସାଦ ରାଉତଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ମାନେ ରେଢାଖୋଲ ବୋର୍ଡର ନିକଟସ୍ଥ ସାଧୁମୁଣ୍ଡା ଅଞ୍ଚଳରେ ସକାଳ ୫.୩୦ରେ କାବୁ କରିବାରେ ସଫଳ ହୋଇଥିଲେ । ଏଥିରେ ୩ ଜଣ ଆସାମୀଙ୍କ ମଧ୍ୟରୁ ଏମଡି ଗ୍ୟାସୁଦ୍ଦିନ ଫେରାର୍ ହୋଇଯାଇଥିବା ବେଳେ ଅନ୍ୟ ୨ ଆସାମୀ ଏମଡି ଇରଫାନ୍ ଓ ଏମଡି ମୋକିମକୁ ଗିରଫ କରି ଆଜି ରେଢାଖୋଲ ଏସଡିଜିଏମ କୋର୍ଟରେ ହାଜିର କରାଯାଇଛି । ଟ୍ରକ ଓ କେନ୍ଦୁପତ୍ରକୁ ବନ ବିଭାଗ ଜବତ କରି ଏକ କେସ ରୁଜୁ କରିବା ସହିତ ଅଧିକ ତଦନ୍ତ ଚଲାଇଛନ୍ତି। ଏହି କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୮ ରୁ ୧୦ ଲକ୍ଷ ଟଙ୍କା ହେବ ବୋଲି ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ