Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଖଟିବାକୁ ଯାଇ ଶ୍ରମିକର ମୃତ୍ୟୁ: ଶବ ଫେରାଇ ଆଣିବା ଚିନ୍ତାରେ ସ୍ତ୍ରୀ

ଦାଦନ ସମସ୍ୟା ନେଇ ସରକାର ମନେରେଗାଠୁ ଆରମ୍ଭ କରି ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି କିନ୍ତୁ ବାସ୍ତବରେ ଏହାର ସୁଫଳ ଗରିବ ଜନସାଧାରଣଙ୍କ ପାଖରେ ପହଂଚି ପାରୁନାହିଁ l ବିଭିନ୍ନ ସମୟରେ ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଓ ତାଙ୍କ ମାରଶରୀର ଫେରିବା ନେଇ ପରିବାର ବର୍ଗ ନାହିଁ ନଥିବା ଅସୁବିଧାର ସାମ୍ବୁଖିନ ହେଉଥିବା ଦେଖିବାକୁ ମିଲୁଛି l ସେଭଳି ଏକ ଦୁଃଖଦ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କମସରା ଫାଣ୍ଡି ଅନ୍ତର୍ଗତ କମସରା ଗ୍ରାମରେ ଘଟିଛି l ମୃତକ ପରିବାର ବର୍ଗଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ମୃତ ଭାଗ୍ୟବାନ୍ତ ତାଣ୍ଡି(୩୫)ପ୍ରାୟ ୧୫ ଦିନ ତଳେ ତାର ସ୍ତ୍ରୀ ରେଶମା ତାଣ୍ଡି ଙ୍କ ସହ ଚାରି ବର୍ଷର ପୁଅକୁ ଧରି ତାମିଲନାଡୁର ଏକ କମ୍ପାନୀରେ କାମ କରିବାକୁ ଯାଇଥିବା ଓ ସୋମବାର ସକାଳୁ ଭାଗ୍ୟବନ୍ତ କୌଣସି କାରଣରୁ ମୃତ୍ୟୁ ବରଣ କରିଥିବା ତାଙ୍କ ସମ୍ପକୀୟ ସୁବାଷ ବାଘ ପ୍ରକାଶ କରିଛନ୍ତି l ଏସମ୍ପର୍କରେ କମସରା ଫାଣ୍ଡି ଓ ତରଭା ଥାନ ଅଧିକାରୀଙ୍କୁ ପଚାରିବାରୁ ଘଟଣାଟି ସତ୍ୟ ବୋଲି ପ୍ରକାଶ କରିଥିଲେ l ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ସୋନପୁରଙ୍କୁ ପଚାରିବାରୁ ଭାଗ୍ୟବନ୍ତ ତାଣ୍ଡି (୩୫) ତାମିଲନାଡୁ ରାଜ୍ୟର କାଞ୍ଚିପୁରମ ଜିଲ୍ଲାର ପଲ୍ଲନୁର ଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ l ଆଜି ସକାଳୁ ଅସୁସ୍ଥ ଅନୁଭବ କରିବାରୁ ଭାଗ୍ୟବନ୍ତର ସ୍ତ୍ରୀ ରେଶମା ତାଣ୍ଡି ଚଙ୍ଗଳପୁଟୁ ଡାକ୍ତରଖାନକୁ ନେଇଥିଲେ l ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାମିଲନାଡୁର ଅର୍ଥ ମନ୍ତ୍ରୀଙ୍କ ସହ ବାର୍ତାଳାପ କରିବା ପରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମଙ୍ଗଳବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା ପ୍ରକାଶ କରିଛନ୍ତି l ମୃତକ ଗରିବ ଶ୍ରେଣୀର ହୋଇ ଥିବାରୁ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ