Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର :ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ସମ୍ବଲପୁର : ଆଜି ପୁଣି ଜିଲ୍ଲାର ଯୁଯୋମୁରା ବ୍ଲକ୍ ରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥାବା ନେଇ ସମ୍ବାଦ ହସ୍ତଗତ ହୋଈଛି। ସକାଳ ୮.୩୦ରେ ବୀରସିଙ୍ଗଗଡ ପଞ୍ଚାୟତ ବସିଆପଡାର ନାଳ ପାଖ କ୍ରସର ନିକଟରେ ଥିବା ରାସ୍ତା କଡରେ ହାତୀ ପଡିଥିବା ଖବର ପାଇ ବନ ବିଭାଗର ଏକ ଟିମ ପହଞ୍ଚିଥିଲେ । ବନ ବିଭାଗ ହାତୀକୁ ଉଠାଇଥିଲେବି କୌଣସି କାରଣରୁ ପୁଣି ଟଲି ପଡିଥିଲା । ହାତୀ ଅସୁସ୍ଥ ଥିବା ଜାଣି ପ୍ରାଣୀ ଚିକିତ୍ସକଙ୍କ ତ୍ୱରୀତ ସହଯୋଗ ନିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ବସତଃ ଚିକିତ୍ସା ପୁର୍ବରୁ ଅପରାହ୍ନ ୨.୩୦ ମିନିଟରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛନ୍ତି । ଅଂଶୁଘାତ କାରଣରୁ ହାତୀ ଅସୁସ୍ଥ ଥିବା ଅନୁଭବ କରି ପାଣି ସିଞଚନ ବି କରାଯାଇଲା । ବର୍ତ୍ତମାନ ସନ୍ଧ୍ୟା ୭.୩୦ ସୁଦ୍ଧା ହାତୀର ଶବ ବ୍ୟବଚ୍ଛେଦ ଚାଲିଥିବା ଓ ଏହା ପରେ ମୃତ୍ୟୁର କାରଣ ସ୍ୱଷ୍ଟ ହେବ ବୋଲି ସମ୍ବଲପୁର ଡିଏଫଓ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ