ବିକେସି କ୍ଳବ ପକ୍ଷରୁ କୁମ୍ଭୀଆଚୁଆଁ ଠାରେ ବିଶ୍ୱ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର


ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ଅନ୍ତରଗର୍ତ କୁମ୍ଭୀଆଚୁଆଁ ଗ୍ରାମ ବଡ଼କଛାର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରକୁ କୁଚିଣ୍ଡା ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର ଉଦଘାଟନ କରିଥିଲେ। ପରେ କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଶିବିରରେ ସମ୍ମାନିୟ ଅତିଥିଭାବେ ଯୋଗ ଦେଇ ରକ୍ତଦାନ କରୁଥିବା ଯୁବ ପିଢ଼ି ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ସମ୍ମାନୀୟ ଅତିଥିଭାବେ କଟଙ୍ଗପାଣି ସରପଞ୍ଚ ଡ଼ୁଲେଶ୍ୱରୀ ମାଝୀ ଶିବିରରେ ଯୋଗ ଦେଇ ସର୍ବ ପ୍ରଥମେ ଭଗବାନ ଗଣେଶଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି ପୂଜାର୍ଚନା କରିଥିଲେ। ଅନ୍ୟତମ ଅତିଥିଭାବେ କୁଚିଣ୍ଡା ଛାଇଲଡ ଲାଇନ ନିର୍ଦେଶକ ପ୍ରଦୀପ କୁମାର ମହକୁଲ ଯୋଗଦେଇ ଯୁବ ପିଢ଼ିଙ୍କୁ ରକ୍ତଦାନର ମହତ୍ୱ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଶିବିରକୁ କୁମ୍ଭୀଆଚୁଆଁ ଗ୍ରାମର ବିକେସି କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଜମନକିରା ଯୁବ ସଚେତନ ନାଗରିକ ସଂଘ ଓ କୁଚିଣ୍ଡା ଚାଇଲଡ଼ ଲାଇନ ପକ୍ଷରୁ ସହଯୋଗ କରାଯାଇଥିଲା। ଶିବିରରେ ସର୍ବ ମୋଟ ୨୬ ୟୁନିଟ ରକ୍ତ କୁଚିଣ୍ଡା ରକ୍ତଭଣ୍ଡାର ଟେକ୍ନିସିଆନ ପ୍ରମୋଦ କୁମାର ପଟେଲ, ଟେକ୍ନିଶୀଏନ ମାନସ କୁମାର ମହଲା, ଚତୁର୍ଥ କର୍ମଚାରୀ ମିତ୍ର ବେହେରା ଓ ପ୍ରକାଶ ଶ୍ରୀଦାର (DMA) ରକ୍ତ ସଂଗ୍ରହ କରିଥିଲେ। ବିକେସି କ୍ଲବ ପକ୍ଷରୁ ଗତ କିଛି ମାସ ପୂର୍ବରୁ ଆରମ୍ଭ କରିଥିବା ନିଶୁକ୍ଳ ଗ୍ରୀଷ୍ମ କାଳୀନ ଶିକ୍ଷା ଦାନ କାର୍ଯ୍ୟ ପାଇଁ ଜମନକିରା ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ବିକେସି କ୍ଲବକୁ ମାନପତ୍ର ଓ ପୁଷ୍ପ ଗୁଛ ମୁଖ୍ୟଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କୁଚିଣ୍ଡା ଚାଇଲଡ଼ ଲାଇନର ନେମାନୀ ହେମରମ, ଜମନକିରା ଯୁବ ସଚେତନ ନାଗରିକ ସଂଘ ସଭାପତି ଅବଦୁଲ ଗୁଲାମ କାଦିର, ଧନିରାମ ସେଠ ପ୍ରମୁଖ ସହଯୋଗ କରିଥିବା ବେଳେ ବିକେସି କ୍ଲବ ମେମ୍ବର ସୁଜ୍ଞାତା କିଷାନ, ହରେଶ କିଷାନ, ଯଶୋବନ୍ତ ଛତ୍ରିଆ, ନବକୁମାର କିଷାନ, ଆଦିତ୍ୟ ସୁନାନୀ, ତୁଲା କିଷାନ, କରୁଣା, ମକୁନ୍ଦ, ସୁରେଶ,ସଞ୍ଜୟ, ହରେକୃଷ୍ଣ, କାର୍ତ୍ତିକ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନେ ପ୍ରଥମ ଥର ରକ୍ତଦାନ କରିଥିବା ଜଣାପଡ଼ିଛି। ଶିବିରରେ ମୁକେଶ ବାଘ ପ୍ରଥମେ ରକ୍ତ ଦାନ କରିଥିବା ବେଳେ ପିଣ୍ଟୁ ପୃସେଟ ଦ୍ଵିତୀୟରେ ରକ୍ତଦାନ କରିଥିଲେ।