Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ୱ ରକ୍ତଦାତା ଦିବସରେ କଲ୍ୟାଣୀ ସଂସ୍ଥାର ମହାନୁଭବତା

ସମ୍ବଲପୁର(ବରଗଡ) କଲ୍ୟାଣୀ ସଂସ୍ଥା ତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆଜି” ବିଶ୍ୱ ରକ୍ତଦାତା ଦିବସ “ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଏବଂ ଦଶଟି ସକ୍ରିୟ ଅଗ୍ରଣୀ ସଂଘକୁ ନେଇ ମିଳିତ ଭାବେ ବିଜୁ ପଟ୍ଟନାୟକ ଟାଉନହଲ ଠାରେ ପାଳନ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଓ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ କରି କଲ୍ୟାଣୀ ସଂସ୍ଥା ସହ ଅନ୍ୟାନ୍ୟ ସଂଗଠନକୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହା ସହିତ ଶରୀର ଦାତା,ଚକ୍ଷୁ ଦାତା ଏବଂ ରକ୍ତ ଦାତା ଙ୍କୁ ସମ୍ମାନ ପତ୍ର ପ୍ରଦାନ କରିଥିଲେ । କଲ୍ୟାଣୀ ସଂସ୍ଥା ର ମୁଖ୍ୟ ଶ୍ରୀ ପାଣ୍ଡଵ କର୍ଣ୍ଣ ସଭାରେ ଘୋଷଣା କରିଥିଲେ ପ୍ରତିବର୍ଷ ଏହିପରି ରକ୍ତଦାନ ସହ ଚକ୍ଷୁ ଦାନ ଓ ଶରୀର ଦାନ କୁ ମଧ୍ୟ ସୁଚାରୁ ରୂପେ ପରିଚାଳନା କରାଯିବ I
ଏହା ପୂର୍ବରୁ ବାହାନଗା ଟ୍ରେନ୍ ଦୁର୍ଘଟଣା ରେ ମୃତାହତ ଙ୍କ ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ରକ୍ତର ଆବଶ୍ୟକତା ଥିବା ରକ୍ତହୀନତା ମାନଙ୍କୁ ରକ୍ତ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ଶ୍ରୀ କର୍ଣ୍ଣ ଉଲ୍ଲେଖ କରିଥିଲେ ।
ବରଗଡ଼ ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ବୈଷୟିକ ତାଲିମ ପ୍ରାପ୍ତ ତତ୍ୱାଧକଙ୍କ ସହାୟତାରେ ଏହି ଶିବିର ସକାଳ ସାତ ଟା ରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଚାଲୁ ରହିଥିଲା I
ଏହି ସଭା ରେ ଆବାହକ କଲ୍ୟାଣୀ ଅନୁଷ୍ଠାନ ସହ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର, ସଂଗଠନ ସଂପାଦକ କେଦାର ମିଶ୍ର,ଉପ ସଭାପତି ଭାରତ ଦାଶ ସହ ସଂପାଦକ ଗୋବିନ୍ଦ ଦାଶ, ଦେବୀ ପଟ୍ଟନାୟକ, ପବିତ୍ର ଦେହେରୀ, ପବିତ୍ର ସରାଫଙ୍କ ସହିତ ଜନ କଲ୍ୟାଣ ସେବା ଟ୍ରଷ୍ଟ, ସମ୍ବିଧାନ ସୁରକ୍ଷା ମଞ୍ଚ, ଜୟନ୍ତୀ ଯୁବକ ସଂଘ, ମା ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଭି ଏସ ଏସ ନଗର, ମଡ଼ର୍ନ ପୂବ୍ଲିକ ସ୍କୁଲ, ଓକିଲ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଖଣ୍ଡତା ଗ୍ରାମ ପଂଚାୟତ, ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟସନ, ଦି ପIୟୋନିଅରର ଶ୍ରୀ ରଥ, ଓ ବି ସି ଯୁବ ମଞ୍ଚ, ଜ଼ିଲ୍ଲା ଏଚିଭର ହେଲ୍ପ ଫାଉଣ୍ଡେସନ ର ପ୍ରାୟ ୩୫ ଜଣ କର୍ମକର୍ତା ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ।