Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଅର୍ଥର ଅପବ୍ୟୟ, କୋଟି କୋଟି ର ପ୍ରକଳ୍ପ ଅସମ୍ପୂର୍ଣ୍ଣ

ଚିପିଲିମା: ସରକାରଙ୍କ ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଅନୁଦାନରେ ପାର୍କ, ଗୋଷ୍ଟିସାଧନ କେନ୍ଦ୍ର, ଫୂଟବଲ ପଡ଼ିଆର ଉନ୍ନତି, ଫୁଟବଲ ପଡ଼ିଆରେ ସଭା ମଣ୍ଡପ, ଭଳି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟମାନ ବହୁବର୍ଷ ହେଲା ଅଧା ପାନ୍ତରିଆ ଭାବେ ନିର୍ମାଣ ହୋଇରହିଛି।ହେଲେ ସେଗୁଡିକ ସମ୍ପୁର୍ଣ୍ଣ କରିବା ଦିଗରେ ସରପଞ୍ଚ ରୁ ପ୍ରଶାସନ ପର୍ଯ୍ୟନ୍ତ କାହାରି ଭି ଆନ୍ତରିକତା ରହୁନାହିଁ।ଫଳରେ ସରକାରୀ ଅର୍ଥର ଅପବ୍ୟବହାର କେମିତି ହେଉଛି ତାହା ଜଳ ଜଳ ହୋଇ ବାରିହେଉଛି।ଧନକଉଡା ବ୍ଲକ କାର୍ଡୋଳା ପଞ୍ଚାୟତ କାର୍ଡୋଳା ରେ ଶିଶୁ ପାର୍କ, ଖେଳ ପଡ଼ିଆରେ ସଭାମଣ୍ଡପ, କଲ୍ୟାଣ ମଣ୍ଡପ ଭଳି ଅନେକ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଛି।ଏପରି ଧନକଉଡା ବ୍ଲକ ଅଂଚଳର ପ୍ରତି ପଞ୍ଚାୟତ ରେ ଗୁଡ଼ାଏ ପ୍ରକଳ୍ପ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ, ହେଲେ ନୂଆ ନୂଆ ପ୍ରକଳ୍ପ ପାଇଁ ବହୁତ ଅର୍ଥ ଅଛି।ଉନ୍ନତି ନାମରେ ଯାହା ପ୍ରକଳ୍ପ ହେଉଛି ସେଗୁଡିକ କାହା ସ୍ୱାର୍ଥରେ ବୋଲି ବୁଦ୍ଧିଯିବି ମତ ବ୍ୟକ୍ତ କରିଛନ୍ତି।କାମ ସବୁ ଅର୍ଧନିର୍ମିତ ଅବସ୍ଥାରେ ବର୍ଷ ବର୍ଷ ଧରି ପଡିରହୁଥିବାବେଳେ, ସରପଞ୍ଚ ଠୁ ଜେଇ ବିଡ଼ିଓ ପର୍ଯ୍ୟନ୍ତ ସମସ୍ତେ ଲାଭନ୍ବିତ ହେଇଉଥିବା ଲକ୍ଷ୍ୟ କରାଯାଉଛି।ଏହି ପରିପେକ୍ଷିରେ କହିବାକୁ ଚାହେଁ ଯେ ସରକାର ତଥା ସରକାରୀ ବାବୁ, ନେତା, ଜନପ୍ରତିନିଧି ଆଦି ଯଦି ଜନତା ତଥା ଅଂଚଳର ଉନ୍ନତି ଚାହୁଁଛନ୍ତି ତେବେ ପଡିରହିଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପ ସବୁର ସଂପୂର୍ଣିକରଣ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ