Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଦୁର୍ଘଟଣା; ଚାଳକ ଗୁରୁତର, ଖଲାସୀ ଆହତ

ଜମନକିରା : ଜମନକିରା ଥାନା ରାଜପଥ ୫୩ ଅର୍ଜୁନପାଲି ପାଖ ଢ଼ାବା ସମୁଖରେ ଏକ ମିନି ଟ୍ରକ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ହେବା ଫଳରେ ଚାଳକର ବାମ ଗୋଡ଼ ଭାଙ୍ଗି ଗୁରୁତର ହୋଇ ପଡିଥିବା ବେଳେ ଖଲାସୀ ସାମାନ୍ୟ ଆହତ ହୋଇଛି। ଚାଳକ କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଖଲାସୀ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଯୋଗ୍ୟ ଯେ, ଏକ ଟ୍ରକ ରେଜିଷ୍ଟ୍ରେଶନ ନମ୍ବର (ସିଜି ୦୪ ଏମଟି ୮୦୨୬) ଗାଡିଟି କଲିକାତା ରୁ ଲୁହା ପାଇପ ନେଇ ଔରଙ୍ଗାବାଦ ମଧ୍ୟପ୍ରଦେଶ କୁ ଯାଉଥିଲା। ତେବେ ନିୟନ୍ତ୍ରଣ ହରାଇ ଆଜି ପୂର୍ବାହ୍ନ ସାଢେ଼ ୯ ଟା ସମୟରେ ରାଜରାସ୍ତା ୫୩ ଅର୍ଜୁନପାଲି ଢ଼ାବା ନିକଟରେ ଦୁର୍ଘଟଣା ଫଳରେ ଗାଡିର ଚାଳକ ନାଗପୁର ର ସନ୍ତୋଷ ମକ୍ରାମ ଧନୱାଜ(୩୦) ଗୁରତର ହୋଇଛନ୍ତି। ଗୋଡ଼ ଭାଙ୍ଗିବା ସହ ଶରୀରରେ ବହୁ ଆଘାତ ଲାଗିଛି। ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଖଲାସୀ ସନ୍ତୋଷ ର ସାମାନ୍ୟ ଆଘାତ ହୋଇଛି। ଉଭୟଙ୍କୁ ପ୍ରଥମେ ଏନଏଚ ଆମ୍ବୁଲାନ୍ସ ଯୋଗେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା ଓ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବୁର୍ଲା ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ଜମନକିରା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।