Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟିନବାଡି ଜବରଦଖଲ ଉଚ୍ଛେଦ କେବେ ?

ସମ୍ବଲପୁର: ଏହି କିଛି ଦିନ ହେଲା ସମ୍ବଲପୁର ସହରରେ ଜବରଦଖଲ ଉଚ୍ଛେଦ ର ଅଭିଯାନ ଜୋର ଧରିଛି l ସେ ସମଲେଇ ଯୋଜନା କୁ ନେଇ ଘୁନଘୁଟି ପଡା,କମଲି ବଜାର ହେଉ କି ରାସ୍ତା ପ୍ରଶାସ୍ତିକରଣ ପାଇଁ ଧନୁପାଲି, ଚାରଭାଟି, ଗୋବିନ୍ଦତୋଳା ଅଞ୍ଚଳ ହେଉ କି ଅସାମାଜିକ କାର୍ଯ୍ୟକଳାପ କୁ ନଜର ରେ ରଖି ସାହୁ କଲୋନୀ ଝୁପଡ଼ି ପଡା, ରାମସାଗର ବନ୍ଧ ଅଂଚଳ ହେଉ l ହେଲେ ଅନ୍ୟ ସହର ତୁଳନା ରେ ତାହା ଯଥେଷ୍ଟ ନୁହେଁ।ଗତ ହନୁମାନ ଜୟନ୍ତୀ ଉତ୍ସବ ସମୟରେ ଯେଉଁ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେଲା,ତାହା ସମ୍ବଲପୁରବାସୀ କେବେ ବି ଭୁଲି ପାରିବେ ନାହିଁ l ରିଙ୍ଗ ରୋଡ଼, ଦଳେଇପଡା ପାଖ ଟିନବାଡ଼ି ବସ୍ତି ର କିଛି ଅସାମାଜିକ ଯୁବକ ଜଣେ ଆଦିବାସୀ ଯୁବକ ର ଜୀବନ ବି ନେଲେ l ଯାହାକି ଅତ୍ୟନ୍ତ ପରିତାପ ର ବିଷୟ l
ସେହି ପରିପେକ୍ଷି ରେ ଜିଲ୍ଲା ପ୍ରଶାସନ ଅସାମାଜିକ କାର୍ଯ୍ୟ ସହ ଜଡିତ ଘର ତଥା ଟିନବାଡ଼ି ବସ୍ତି କୁ ଅତିଶୀଘ୍ର ଉଚ୍ଛେଦ କରାଯିବ ବୋଲି ଘୋଷଣା କରିଥିଲେ l ହେଲେ, ଏତେ ଦିନ ବିତିଯାଇଥିଲେ ବି ସେଥି ପ୍ରତି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି l କେବଳ ଟିନବାଡ଼ି ବସ୍ତି ନୁହେଁ ଅସାମାଜିକ କାର୍ଯ୍ୟ ସହ ଜଡିତ ତଥା ସରକାରୀ ଜମି କୁ ଜବରଦଖଲ କରି ରଖିଥିବା ଜମି କୁ ଉଛେଦ କରାଯିବାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରୁ ବୋଲି ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l