Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗ୍ରୀଷ୍ମ ସାଧୁଛି ଦାଉ: ଅଙ୍ଗନୱାଡି କେନ୍ଦ୍ରକୁ ଛୁଟୀ ଗୋଷଣା ପାଇଁ ମୁଖ୍ୟମନ୍ଠୀଙ୍କୁ ଦାବିପତ୍ର

ସମ୍ବଲପୁର :ପଶ୍ଚିମ ଓଡିଶାରେ ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଇଛି l ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ଅସହ୍ୟ ହୋଇପଡୁଛି ଜୀବନ ଯାତ୍ରା। ତାତି ଅବ୍ୟାହତ ରହିଛି l ରାଜ୍ୟରେ ସମ୍ବଲପୁରରେ ସର୍ବାଧିକ ୪୬.୦୧ ଡିଗ୍ରୀ ତାପମାତ୍ରା ଛୁଇଁଥିବା ବେଳ ଆଜି ଦିନରେ ମଧ୍ୟ ୪୩ ଡିଗ୍ରୀ ଉପରେ ଥିଲା ତାପମାତ୍ରା ।ସମଗ୍ର ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡିକରେ ତାପମାତ୍ରା ୪୬ ଉପରକୁ ଛୁଇଁଛି । ରାଜ୍ୟର ପଶ୍ଚିମାଞ୍ଚଳ ଉତ୍ତପ୍ତ ଅଞ୍ଚଳ ବୋଲି ପାଣିପାଗ ସୂତ୍ରରୁ କୁହାଯାଇଛି। ଆସନ୍ତା ଜୁନ୍ ଶେଷ୍ ସୁଦ୍ଧା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବିଭାଗ ପକ୍ଷରୁ ସତର୍କ ମଧ୍ୟ କରି ଦିଆଯାଇଛିl ଗ୍ରୀଷ୍ମ ପ୍ରବାହ କୁ ଦେଖି ପ୍ରତି ବର୍ଷ ପଶ୍ଚିମ ଓଡିଶାରେ ସକାଳୁଆ ଅଫିସ ହୋଇ ଆସୁଛି l ସ୍କୁଲ କଲେଜ ସବୁ ବନ୍ଦ ଥିବା ବେଳେ ସ୍ଵଳ୍ପ ଭତ୍ତା ଧାରୀ ଅଙ୍ଗନବାଡି କର୍ମୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ତାପମାତ୍ରାରେ କାମ କରୁଛନ୍ତି। ଶିଶୁ ର କିମ୍ବା କର୍ମୀ ର ଛୁଟି ନାହିଁ l କିଛି ଦିନ ପୂର୍ବରୁ ଜୈନେକ କର୍ମୀଙ୍କ ମୃତ୍ୟୁର ଦୁଃଖ ଥମିନଥିବା ବେଳେ ଏ ଦୁଃଖ ବଢିବା ଆଶଙ୍କା କରି ଆଗତୁରା ପଦକ୍ଷେପ ନେବାକୁ lପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ କର୍ମୀ ଓ ଶିଶୁ କୁ ଗ୍ରୀଷ୍ମ ପ୍ରବାହ କମିବା ପର୍ଯ୍ୟନ୍ତ ଅବକାଶ ଦେବାକୁ ବାରମ୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସହିତ ୫ଟି ସଚିବ ପ୍ରମୁଖଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଅନୁରୋଧ କରାଯାଇଛି l ସମସ୍ତ କେନ୍ଦ୍ର ରେ ବିଦ୍ୟୁତ୍ ସଂଯୋଗ ନାହିଁ l ଯେଉଁଠି ଅଛି ସେଠି ସମସ୍ତ ଉପକରଣ କିମ୍ବା କୁଲର୍ ବ୍ୟବସ୍ଥା ନାହିଁ l ଛୋଟ ଛୋଟ ଶିଶୁ ବାସ୍ତବରେ କେତେ କଳବଳ ହେଉଛନ୍ତି l ପଶ୍ଚିମ ଓଡିଶାରେ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବନ୍ୟ ଜନ୍ତୁ ପକ୍ଷୀ ମାନଙ୍କ ପାଇଁ ଖରା ଦିନିଆ ଆଚ୍ଛାଦନ ନିର୍ମାଣ ସହିତ ଉଦ୍ୟାନ ରେ କୁଲର୍ ବ୍ୟବସ୍ଥା କରାଯାଇ ଶୀତଳ କରଣ କରାଯାଇଛି l ପଛୁଆ ବର୍ଗ ଗଣନା କାର୍ଯ୍ୟ ଅଙ୍ଗନବାଡି କର୍ମୀ ଙ୍କ ବିନା ସମ୍ଭବ ନଥିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାପ ରେ ସତ ପ୍ରତି ସତ୍ ସଫଳ କରିଥିଲେ l ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ତାପମାତ୍ରା ବୃଦ୍ଧି କୁ ଦୃଷ୍ଟି ଦେଇ କେନ୍ଦ୍ର ବନ୍ଦ ରଖି ଅଙ୍ଗନବାଡି କର୍ମୀ ଓ କୋମଳମତି ଶିଶୁଙ୍କୁ ଛୁଟି ଦେଲେ ସମସ୍ତେ ବିଶେଷ ଭାବରେ ଉପକୃତ ହୋଇପାରିବେ l ଉପରୋକ୍ତ ମତ ଓ ବାସ୍ତବିକ୍ ସ୍ଥିତି କୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ମୀରା ଦଳ ବେହେରା,ସଭାନେତ୍ରୀ,ପ୍ରଭାସିନି ପାଢି,ସାଧାରଣ ସମ୍ପାଦକ, ଦିଶିଲା ଧୁରୁଆ,ପ୍ରମିଳାସିଂହ,ରୁକ୍ମିଣୀଜୁଆଡି,ନିତମ୍ବବିନୀ ଦାସସମ୍ପାଦକ,ମମତା ଶତପଥି,ଗୌରୀ ଷଡଙ୍ଗୀ,ଲିଲି ମିଶ୍ର,ଶାନ୍ତି ଲତା ଜଗଦଲା.ସମ୍ମହିମା ସାହୁ,ନଳିନୀ ନାୟକ ରୁବୀ ଷଡଙ୍ଗୀ,ଦିପାଞ୍ଜଳି ପ୍ରଧାନ, ଗୀତାଞ୍ଜଳି ବେହେରା,କବିତା ପଣ୍ଡା. ଗୌରୀ ଭୁଏ.ସୌଦାମିନି ନାୟକ.ସୁଵାସିନୀ ସାହୁ ପ୍ରମୁଖ ବିଭିନ୍ନ ଜିଲ୍ଲାର ସଭାନେତ୍ରୀ,ସଂପାଦିକା ଓ ଆବାହିକା ମାନେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅନୁରୋଧ କରିଛନ୍ତି ।