Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମାକ୍ଷା ଦେବୀଙ୍କ ଠାରେ ରଜ ପର୍ବ ପାଳନ

ସମ୍ବଲପୁର : ୧୨ ମାସରେ ୧୩ ପର୍ବ ହିସାବରେ ମାଁ କାମାକ୍ଷା ଦେବୀ, ସମ୍ବଲପୁରରେ ରଜ ପର୍ବ ରୀତି ନୀତି ଅନୁସାରେ ପାଳନ କରାଯିବ। ମଙ୍ଗଳବାର ରାତ୍ରି ରୁ ୩ ଦିନ(୧୪,୧୫,୧୬)ପହିଲି ରଜ ,ମିଥୁନ ସଂକ୍ରାନ୍ତି ଏବଂ ଭୂମିଦାହ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବା ପରେ ୧୭ ତାରିଖ ଶନିବାର(ବସୁମତୀ ସ୍ନାନ) ଦିନ ପ୍ରାତଃ ସମୟରେ ୧୦୮ କଳସ ସୁବାସିତ ଜଳ ରେ ମହାସ୍ନାନ କରି ମାଁ ଲକ୍ଷ୍ମୀ ରୂପରେ ସମସ୍ତ ଭକ୍ତ ମାନଙ୍କୁ ୯ ଟା ପରେ ଦର୍ଶନ ଦେବେ।ମାଁ ଙ୍କ ର ଚଳନ୍ତି ପ୍ରତିମା ୧୦୮ କଳସ ସୁବାସିତ ଜଳ ରେ ସକାଳ ୯ ଟା ରେ ସ୍ନାନ କରିବେ।ସମସ୍ତ ଉପସ୍ଥିତ ଭକ୍ତ ମାନେ ଏହି ସ୍ନାନ କାର୍ଯ୍ୟ କ୍ରମରେ ଭାଗ ନେଇ ପାରିବେ।

ସ୍ନାନ ପରେ ପରେ ମାଁ ଙ୍କ ର ଶାନ୍ତି ହୋମ ଏବଂ ପୂଜା କରାଯାଇ ମାଁ ଙ୍କର ଅମ୍ବୁବାଚି ମେଳା ଆରମ୍ଭ ହେବ।ସନ୍ଧ୍ୟା ୭ ଟା ରେ ମହା ଆଳତି ପରେ ଗମ୍ଭିରା ଭିତର କୁ ଦର୍ଶନ ପାଇଁ ସୁବିଧା ମିଳିବ।
ଏହାପରେ ପରେ ମାଁ ଙ୍କ ର ଧ୍ବଜାରୋହଣ ପର୍ବ ଅନୁଷ୍ଟିତ ହେବ।
ଏହି ଅବସରରେ ଧନକଉଡ଼ାର ପ୍ରସିଦ୍ଧ ସଂକିର୍ତ୍ତନ ମଣ୍ଡଳୀ ଦ୍ଵାରା ସଂକିର୍ତ୍ତନ ପରିବେଷଣ କରାଯିବ ।ଧ୍ବଜାରୋହଣ ପରେ ପରେ ସମସ୍ତ ଭକ୍ତ ମାନଙ୍କୁ ଖେଚୁଡ଼ି ପ୍ରସାଦ ବଣ୍ଟନ କରାଯିବ ବୋଲି ମନ୍ଦିର କମିଟି ସୂତ୍ରରୁ ଭକ୍ତମାନଙ୍କୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ