ନିମ୍ନ ମାନର କାମ ଯୋଗୁଁ ବର୍ଷେ ନପୁରୁଣୁ ମୁଖ୍ୟ ରାସ୍ତା ଫାଟି ଆଁ କରିଛି


ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଠାରୁ ରେଢ଼ାଖୋଲ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ସୁବଳୟା ବାଉରୀ ଯୋର ପୋଲ ଉପରେ ଏକ ବଡ ଧରଣର ଫାଟ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି l ପ୍ରକାଶ ଯେ ଗୋଟିଏ ବର୍ଷ ପୂର୍ବରୁ ୧୦ କୋଟି ଟଙ୍କା ରୁ ଅଧିକ ବ୍ୟୟ ରେ ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହି ରାସ୍ତା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏକ ବର୍ଷ ନ ପୂରୁଣୁ ତାହା ଫାଟି ଆଁ କଲାଣି ବୋଲି ସାଧରଣରେ ଚର୍ଚ୍ଚା ହେଉଛି l ବଡ଼ ଧରଣର ଫାଟ ଯୋଗୁଁ ଅନେକ ସମୟରେ ଏହି ରାସ୍ତା ଦେଇ ଯା ଆସ କରୁଥିବା ସାଇକେଲ, ମୋଟର ସାଇକେଲ ଓ ଚାରି ଚକିଆ ଜାନ ଆଦି ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖାଯାଏ l

ବର୍ଷା ଦିନ ପୂର୍ବରୁ ଯଦି ଏହି ରାସ୍ତା ଉପରେ ହୋଇଥିବା ଫାଟ ର ମରାମତି କରା ନ ଯାଏ ତାହେଲେ ବର୍ଷା ପାଣି ଏହି ଫାଟ ରେ ପଶି ଆହୁରି ବେଶୀ ଭାଙ୍ଗି ଯିବାର ଆଶଙ୍କା ରହିଛି l ଉକ୍ତ ପୋଲର ଉଭୟ ପାର୍ଶ୍ଵରେ ଥିବା ସୁରକ୍ଷା ବାଡ ଭାଙ୍ଗି ରାସ୍ତା ଉପରକୁ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଥିବାରୁ କେତେବେଳେ ଯେ କୌଣସି ସମୟରେ ବଡ ଧାରଣର ଦୁର୍ଘଟଣା ଘଟିବାର ଆଶଂକା ଦେଖା ଯାଉଛି। ଏ ନେଇ ବୀରମହାରାଜପୁର ଜୋନ ୧ ଜ଼ିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ ଅଞ୍ଚଳରେ ଚାଲିଥିବା ଯନ୍ତ୍ରୀ ଓ ଠିକାଦାରଙ୍କ‌ ମଧୁ ଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନ ମାନର କାମ ହୋଇଥିବା କହିଛନ୍ତି l କାହିଁକି ଏକ ବର୍ଷ ନ ପୂରୁଣୁ ରାସ୍ତା ର ଦୁରାବସ୍ଥା ଏବଂ ମୁଖ୍ୟ ରାସ୍ତା ଉପରେ ଫାଟ ସୃଷ୍ଟି ହେବା ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାର୍ତ୍ତିକ କାଣ୍ଡାଙ୍କେଲ ଙ୍କୁ ପଚାରି ବାରୁ ସେ ଏହାର ସନ୍ତୋଷ ଜନକ ଉତ୍ତର ଦେଇ ନ ଦେଇ ତାଙ୍କ ସଫେଇରେ କହି ଥିଲେ ଏହା ଆମ ନଜର କୁ ଆସିଛି, ଆମେ ଦିନେ ଦୁଇଦିନ ଭିତରେ ତୁରନ୍ତ ମରାମତି କରିଦେବୁ l ଏହା ସହ ବୀରମହାରାଜପୁର ରେଢ଼ାଖୋଲ ରାସ୍ତା ବାଗବର ରୁ ସୀମାନ୍ତ ଗାରିଆମୁଣ୍ଡl ପର୍ଯ୍ୟନ୍ତ ପ୍ରାୟ ୨୫ କି. ମି. ରାସ୍ତା ପାଇଁ ୨୨ କୋଟି ଟଙ୍କା ର ଟେଣ୍ଡର କାମ ସରିଛି ଏହି ରାସ୍ତା ୫ ଫୁଟ ପରିବର୍ତ୍ତେ ୭ ଫୁଟ ଚଉଡା ହେବ ଏବଂ କାମ ଆରମ୍ଭ ହୋଇ ଯାଇଥିବା କହି ଥିଲେ l