Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୁଡାପଡା ରାସ୍ତା ଓ ବିଶ୍ରାମଗାର ନିର୍ମାଣରେ ଅବହେଳା: ବଢୁଛି ଜନ ଅସନ୍ତୋଷ

ସମ୍ବଲପୁର : ପୁଡାପଡା ନିଲଡୁଙ୍ଗରୀ ଟୋଲପ୍ଲାଜା ବସିଛି ସତ କିନ୍ତୁ ଅସଲରେ ଦେଇନି ପୁଡାପଡାକୁ ସମ୍ମାନ। ଗାଁକୁ ଥିବା ରାସ୍ତା ଉପରେ ଏବେ ଠିଆହୋଇଛି ଏନଏଚଏଆଇର ଟୋଲ ପ୍ଲାଜା। କିନ୍ତୁ ଗାଁକୁ ରାସ୍ତା ଦେବି କହି ଭୁଲିଯାଇଛି। ରାସ୍ତା ପ୍ରଶସ୍ତି କରଣ ନାଁରେ ମାଟିରେ ମିଶିଯାଇଛି ବିଶ୍ରାମ ଗୃହ। ମୂଳରୁ କାଟି ନେଇଗଲେ ମୂଲ୍ୟମାନ ଗଛ ସବୁ । ହେଲେ ଗାଁକୁ ରାସ୍ତା ହେଲା ନାଁ ବିଶ୍ରାମ ଘର ହେଲା ? ଏପରିକି ରାସ୍ତା କଡରୁ କଟା ଯାଇଥିବା ଘଛ ଲାଗିପାରିଲା । ଏଭଳି କଷ୍ଟରେ ଛତପଟ ହେଉଥିବା ପୁଡାପଡା ଗ୍ରାମବାସୀ ଆଜି ଟୋଲପ୍ଲାଜାକୁ ଆଧିକାରୀ ଆସୁଥିବା ଖବର ପାଇ ନିଜ ହାରି ଗୁହାରି ଶୁଣାଇବାକୁ ଟୋଲ ପ୍ଲାଜାକୁ ଆସିଥିଲେ । ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଡାବାସୀଙ୍କୁ ବୁଝାସୁଝାକରି ସମସ୍ୟା ତାଙ୍କୁ ଜଣାଇଲେ ସମାଧାନ ହେବ କହି ଲେଖାପଢା କରି ସମସ୍ୟା ସ୍ଥାନ ଅନୁଧ୍ୟାନ କରି ରଥଯାତ୍ରା ପରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ ସିନ୍ଦୁରପଙ୍କ ଠାରୁ ଗୌଡପାଲି ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ନେଇ ଥିବା ବିଭିନ୍ନ ସମସ୍ୟା ନେଇ ଏକ ପ୍ରତିନିଧି ଦଳ ସମ୍ବଲପୁର ଏସଡିଓଙ୍କ ସହିତ ଉପ ଜିଲ୍ଲାପାଳ,ସଦର ତହସିଲଦାର, ସଦର ଓଆଇସି,ଏଏନଏଚଆଇ କର୍ତ୍ତୁପକ୍ଷ ପ୍ରମୂଖଙ୍କ ସହ ଏସଡିପିଓଙ୍କ କାର୍ଯ୍ୟାଳରେ ବସି ସମସ୍ୟାର ସମାଧାନ ପାଇଁ ୩ ମାସ ତଳେ ଏକାଠି ହୋଇଥିଲେ । ଏକ ମିଳିତ ଟିମ ଯାଇ ସବୁ ପ୍ରତ୍ୟକ୍ଷଭାବରେ ଦେଖିବା ପରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତିବି କାମ କଲାନି । ଫଳରେ ବାରମ୍ବାର ଘଟଣା ଦୂର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉ ଥିବାରୁ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ଏହାର ସମାଧାନ କରିବା କହିବାକୁ କହି ଏଥିରେ ବିଫଳତାହିଁ ଦିନକୁ ଦିନ ଜନ ଅସନ୍ତୋଷର କାରଣ ସାଜିଛି । ତେଣୁ ଏସଡିପିଓଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଆଲୋଚିତ ସମସ୍ୟାର ସମାଧାନ ଦିଗରେ ତ୍ରରିତ ପଦକ୍ଷେପ ନେବାକୁ ସବୁ ମହଳରେ ଦାବୀ ହେଉଛି ।