Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ବାପାଙ୍କ ପାଇଁ ଦିନଟିଏ #happyfathersday,

ବେଲଗୁଣ୍ଠା,17/06, ବାପାଙ୍କ ପାଇଁ ଦିନଟିଏ ,ବାପା ଓ ପିଲା ଙ୍କ ଜୀବନୀ କୁ ବାଲୁକା କଳା ମାଧ୍ୟମରେ ସଚେତନତା କରାଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ।
ଆସନ୍ତୁ ଆଜି ପିତୃ ଦିବସ ରେ ଶପଥ ନେବା ନିଜ ପିତା ମାତା ଙ୍କୁ ଯତ୍ନ ନେବା। ବାବା, ପିତା,ନନା, ନାମରେ ଆମେ ଡାକିଥାଉ। ବାବା ନିଜେ ନ ଖାଇ ପିଲାଙ୍କ ପାଇଁ ଆଣିଥାନ୍ତି। ନିଜେ ଭଲ ନ ପିନ୍ଧି ପିଲାଙ୍କ ପାଇଁ ଭଲ ଲୁଗାପଟା ଆଣନ୍ତି । ନିଜ ଦୁଃଖ ପିଲାଙ୍କୁ କେବେବି ଜାଣନ୍ତି ନାହିଁ ।
କିନ୍ତୁ ଦୁଃଖ ଲାଗେ ଆଜିର ଯୁବପିଢି ଙ୍କ କଥା ଶୁଣିଲେ। ନିଜର ସୁଖ ପାଇଁ ବାପା ମା ଙ୍କୁ ସେବା କରିବା ଦୁରରକଥା। ବୁଦ୍ଧlଶ୍ରମ ରେ ଛାଡି ଦିଅନ୍ତି। ସେମାନେ ଭୂଳିଯାଉଛନ୍ତି ଯେ ସେମାନେ ବି ଦିନେ ବାପା ହେବେ ଆଉ ତୁମ ସନ୍ତାନ ବି ତୁମମାନଙ୍କୁ ଅନୁସରଣ କରିବ । ତେଣୁ ସତ୍ୟ ନିଜ କଳା ମାଧ୍ୟମରେ ସମସ୍ତ ଯୁବପିଢି ଙ୍କୁ ଅନୁରୋଧ କରିଛନ୍ତି।
ସମସ୍ତେ ନିଜ ପିତା ମାତା ଙ୍କୁ ସେବା ଯତ୍ନ କରିବା ସହ ଭଲପାଇବା। ସମ୍ମାନ ଦିଅନ୍ତୁ । ଦେଖିବେ ଆଗାମୀ ଦିନରେ ପରିବାରରେ ସୁଖ ଶାନ୍ତି ଫେରିଆସିବ ।