Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ସାଇକେଲରେ ବୁହା ହେଲା ଶବ ା

ସୁବର୍ଣ୍ଣପୁର : ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଜିଲ୍ଲାରେ ସାଇକଲ ରେ ବୁହାହେଲେ ଶବ। ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୂଜାରୀ ଙ୍କ ଜିଲ୍ଲା ସୁବର୍ଣ୍ଣପୁର ର ବିନିକା ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଖାନା ରେ ।
ଗତକାଲି ଉପରବେଳା ସମୟରେ ମେଘଲା ଗାଁ ର ଏକ ଅସହାୟ ମହିଳା ରୁକ୍ମିଣୀ ସାହୁଙ୍କୁ ଅଂଶୁଘାତ ହେବାରୁ ଗାଁ ର ଜଣେ ବ୍ୟକ୍ତିଙ୍କ ସହିତ ବିନିକା ଡାକ୍ତରଖାନା କୁ ଚିକିତ୍ସିତ ହେବା ପାଇଁ ଆସିଥିଲେ। ହେଲେ ଚିକିତ୍ସା ହେଉଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ତାଙ୍କୁ ଅଂଶୁଘାତ ଜନିତ ମୃତ୍ୟୁ ରିପୋର୍ଟ ଦେଇଥିଲେ। ପରେ ଡାକ୍ତର ଶବକୁ ତୁରନ୍ତ ଡାକ୍ତରଖାନାରୁ ନେବା ପାଇଁ କହିଥିଲେ ା କିନ୍ତୁ ମହିଳାଙ୍କ ନିଜ ଲୋକ କେହି ନ ଥିବାରୁ ଶବ ପଡିରହିଥିଲା। ବିନିକା ଡାକ୍ତରଖାନାରେ ଶବ ନେବାପାଇଁ ମହାପ୍ରୟାଣ ଗାଡି ଡାକ୍ତରଖାନା ରେ ନ ଥିବାରୁ, ରୁକ୍ମଣିଙ୍କୁ ଚିକିତ୍ସାପାଇଁ ସାଙ୍ଗରେ ଆସିଥିବା ବ୍ୟକ୍ତି କିଛି ଉପାୟ ନ ପାଇ ସେ ବାଧ୍ୟ ହୋଇ ସାଇକେଲ ରେ ଶବ କୁ ନେଇ ଯାଇଥିଲେ।
ନିଜ ଜିଲ୍ଲା ରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥାଇ ମଧ୍ୟ ସାଇକେଲ ରେ ଶବ ବୁହାହେବା ଘଟଣା ସହ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବାକୁ ନେଇ ଜିଲ୍ଲା ରେ ଚର୍ଚ୍ଚା ଜୋର୍ ଧରିଛି।