Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ହେବ ଦୁଇ ଦିନିଆଁ ବହି ହାଟ

ସମ୍ବଲପୁର: କଲମ ପରିବାର ସମ୍ବଲପୁର ପକ୍ଷରୁ ଦୁଇ ଦିନ ଧରି ସମ୍ବଲପୁରୀ ବହି ହାଟ୍ ଅନୁଷ୍ଠିତ ହେବ। ଅଞ୍ଚଳର ଲେଖକ ଓ ପ୍ରକାଶକଙ୍କୁ ପ୍ରୋତ୍ସାହନ ଯୋଗାଇବା ସହ ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଏହା ଏକ ସୁସ୍ଥ ପରମ୍ପରାର ଶୁଭାରମ୍ଭ ବୋଲି ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି। ସମ୍ବଲପୁରୀ ବହି ହାଟ୍ ପାଇଁ ଆଜି ସାମ୍ବାଦିକ ଭବନରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ ୮ ଓ ୯ ତାରିଖ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ୮ ତାରିଖରେ କାର୍ଯ୍ୟକ୍ରମର ଉଦଘାଟନ ସହ ଗଳ୍ପ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରୀ ଭାଷା ସାହିତ୍ୟର ସ୍ଥିତି ଓ ସମ୍ଭାବନା ଶୀର୍ଷକ ଉପରେ ଆଲୋଚନା ଓ ଦ୍ବିତୀୟ ପର୍ଯ୍ୟାୟରେ ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଭୟ ଦିନ ସମ୍ବଲପୁରୀ ବହି ହାଟ୍ ମାଧ୍ୟମରେ ଅଞ୍ଚଳର ଲେଖକ ଓ ପ୍ରକାଶକଙ୍କ ବହି ବିକ୍ରି ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି।
ଏହି ଅବସରରେ କଲମ ପରିବାରର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ଜୟକୃଷ୍ଣ ବେହେରା, କମଲ ଲୋଚନ ପଣ୍ଡା ସମ୍ପାଦକ, ମମତା ନାଥ ସହ ସମ୍ପାଦକ, ଲଲିତ ମୋହନ ବେବର୍ତ୍ତା ଉପ ସଭାପତି, କ୍ଷେତ୍ରମଣି ବିଭାର ସଂଯୋଜକ, ତ୍ରିଲୋଚନ ତ୍ରିପାଠୀ କୋଷାଧ୍ୟକ୍ଷ, ତଫିଜୁଲ ହୋସେନ ଆବାହକ ଭାବେ ମନୋନୀତ ହୋଇଛନ୍ତି। କଲମ ପରିବାରର ପରାମର୍ଶଦାତା କମିଟିର ସଦସ୍ୟଭାବେ ପ୍ର. ପ୍ରଦୀପ କୁମାର ପଣ୍ଡା, ଦୀପକ କୁମାର ପଣ୍ଡା, ସିଦ୍ଧାର୍ଥ ପଣ୍ଡା, ସତ୍ୟ ନାରାୟଣ ଠାକୁର, ଗିରିଜା ଶଙ୍କର ଶର୍ମା, ସୂର୍ଯ୍ୟ ପାଣିଗ୍ରାହୀ, ପ୍ରଶାନ୍ତ ମାଝୀ, କାଳିନ୍ଦୀ ପ୍ରତାପ ସିଂହ, ପ୍ର. ମନୋଜ ପଣ୍ଡା, ସୁବାସ ପାଣିଗ୍ରାହୀ, ମୁକ୍ତକଣ୍ଠ ପ୍ରଧାନ ଏବଂ ଶଙ୍କର ବେହେରା ରହିଛନ୍ତି ବୋଲି କଲମ ପରିବାର ପକ୍ଷରୁ ପ୍ରସ୍ ବିବୃତିରେ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ