Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମହିମା ସାଧୁ; ଜୋରନ୍ଦା ଗାଦିର ଉନ୍ନତିକରଣ ପାଇଁ ୧୧୨ କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ  

ଭୁବନେଶ୍ବର: ନବୀନ ନିବାସରେ ମହିମା ସାଧୁ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ଆଲୋଚନା କଲେ ମହିମା ସାଧୁ। ନିକଟରେ ଜୋରନ୍ଦା ଗାଦିର ଉନ୍ନତିକରଣ ତଥା ମହିମା ପୀଠର ବିକାଶ ପାଇଁ ଅର୍ଥ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମେ ୨୯ରେ ଫାଇଭ ଟି ସଚିବ ଜୋରନ୍ଦାର ମହିମା ଗାଦି ଗସ୍ତ କରି ସାଧୁଙ୍କ ସହ ଆଲୋଚନା କରିଥିଲେ ।

ଜୋରନ୍ଦା ଗାଦିର ଉନ୍ନିତକରଣ ପାଇଁ ଏକ ପ୍ରସ୍ତାବ ଦେବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ଉନ୍ନତିକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମହିମାଗାଦୀକୁ ପ୍ରମୁଖ ତୀର୍ଥ ଓ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରାଯିବ ।