Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର: ଜିଲ୍ଲା ସ୍ତରୀୟ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

ସମ୍ବଲପୁର : ଜିଲ୍ଲା କ୍ରିକେଟ ଆସୋସିଏସନ୍ ଓ ଜିଲ୍ଲା କ୍ରୀଡା ସଂଘର ମିଳିତ ଆୟୋଜନରେ ଆରମ୍ଭ ହୋଇଥିବା ଗ୍ରୀଷ୍ମ କାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚଳିତ ମାସ ୧୧ ତାରିଖରୁ ଆଠ ଦିନ ବ୍ୟାପି ଏହା ଆୟୋଜିତ ହୋଇଥିଲା।ଏଥିରେ ଭାଗ ନେଇଥିବା ସମସ୍ତ ପ୍ରଶିକ୍ଷକ ମାନଙ୍କୁ ପ୍ରମାଣପତ୍ର ସହିତ ଟି ସାର୍ଟ ପ୍ରଦାନ କରାଯାଇ ନବାଗତ କ୍ରୀଡାପ୍ରେମିଙ୍କୁ ଉତ୍ସାହିତ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ଉଦଯାପନି ସଭାରେ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ସ୍ମୃତି ରଞ୍ଜନ ମହାପାତ୍ର,ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ,ଜିଲ୍ଲା କ୍ରୀଡା ସଂଘର ସାଧାରଣ ସଂପାଦକ ସୁନିଲ କୁମାର ସାହୁ,କ୍ରିକେଟ୍ ସଂପଦକ ଅବିନାଶ ନନ୍ଦ, ଆଥେଲେଟିକ୍ ସଂପାଦକ ବିକାଶ କେଶର ମିଶ୍ର,କାଉନସିଲର ସଦସ୍ୟ ସୁବୋଦ ଚନ୍ଦ୍ର ସାହୁ,ପଦ୍ମନାଭ ସାହୁ,ବିଶ୍ୱଜିତ ପଣ୍ଡା,ସାନ୍ତାନୁ କୁମାର ନନ୍ଦ, ଶ୍ୟାମ ଡିଆରଆଇ ପ୍ରତିନିଧି ମନୋଜ କୁମାର ପଣ୍ଡା,ପୁର୍ତତନ ରାଜ୍ୟ ରଣଜୀ ଖେଲାଳି ବିରେନ ପାରମାର, ବଲଜିତ ସିଂ,ସଞ୍ଜିବ ପ୍ରସାଦ,ଶେଖ ଜାହାଙ୍ଗିର,ପ୍ରଶନ୍ନ ବିଶ୍ୱାଲ ଓ ବରକୁତୁଲ୍ଲା ଅତିଥି ଭାବେ ଯୋଗଦେଇ ନବାଗତ କ୍ରୀଡା ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡାର ବିକାଶ ଦିଗରେ ସମ୍ବଲପୁରର ଗର୍ବ ଓ ଗାରିମାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା କ୍ରିଡା କ୍ରିକେଟ ଆସୋସିଏସନ୍ ର ସଂପାଦକ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ