Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମାରୁ ସିଟିବସ ସିଟି ରେଳଷ୍ଟେସନକୁ ଚଳାଇବାକୁ ଦାବି

ଚିପିଲିମା : ଚିପିଲିମା ରୁ ସିଟିବସ୍ ପୂର୍ବରୁ ସମ୍ବଲପୁର ସିଟିଷ୍ଟେସନକୁ ନିୟମିତ ଯିବାଆସିବା କରୁଥିଲା।,କରୋନା କଟକଣା ସମୟରୁ ତାହା ବନ୍ଦ ରହିଛି। ଫଳରେ ଯାତ୍ରୀମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।ଏହି ଅଞ୍ଚଳରେ କୃଷି ଓ ଉଦ୍ୟାନ ମହାବିଦ୍ୟାଳୟ ,ମତ୍ସ୍ୟ ଯାଆଁଳ କେନ୍ଦ୍ର,ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ,କୃଷି ବିଜ୍ଞାନ କେନ୍ଦ୍ର,ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, ପୋଲିସ ଟ୍ରନିଂ ସେଣ୍ଟର ,ଓମଫେଡ,ନବୋଦୟ ସ୍କୁଲ,ରାଜ୍ୟ ଓ କେନ୍ଦ୍ର ପ୍ରାଣୀ ପ୍ରଜନନ ଫାର୍ମ,ଭଳି ବହୁଅନୁଷ୍ଠାନ ଥିବାବେଳେ,୫ ପଞ୍ଚାୟତବାସୀ ମଧ୍ୟ ସିଟିବସ୍ ଉପରେ ନିର୍ଭରଶୀଳ ଅଟନ୍ତି।ପ୍ରଥମେ ସିଟିବସ ଚିପିଲିମାରୁ ଭୋର ଯାଇ ଭାୟା ବୁର୍ଲା ଦେଇ ସିଟିଷ୍ଟେସନ ଯାଉଥିଲା ଏବଂ ସଂଧ୍ୟାରେ ପୁଣି ସିଟିଷ୍ଟେସନ ଯାଇ ଯାତ୍ରୀନେଇ ଆସୁଥିଲା।ଏବେ ସେହି ସିଟିବସ ସିଟିଷ୍ଟେସନକୁ ବନ୍ଦ ରହିଥିବାବେଳେ,ଯାତ୍ରୀମାନଙ୍କୁ ନାହିନଥିବା ଅସୁବିଧା ମଧ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଅଭିଯୋଗ ହେଉଛି।ଏପରି ଏକ ସମସ୍ୟା ର ସମାଧାନ ପାଇଁ ସିଟିଷ୍ଟେସନକୁ ପୁନଃ ସିଟିବସ ଚଳାଚଳ କରିବାକୁ ସଚେତନ ମହଳରେ ଦାବିହେଉଥିବା ବେଳେ,ଏନେଇ ଜିଲାପ୍ରଶାସନ ଧ୍ୟାନ ଦେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories