Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍ 

ଭୁବନେଶ୍ୱର: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭକ୍ତମୟ ବଡଦାଣ୍ଡ। ତେବେ ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏପରି ସୁବିଧା ପ୍ରଦାନ କରାଯାଉଛି।

ଏହି ୪ଟି ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼। ଏହି ରାଜ୍ୟରୁ ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ। ସୋମବାରଠାରୁ ନାନ୍ଦେଦରୁ ଖୋର୍ଦ୍ଧା ରୋଡ, ମାଳତିପାଟପୁରରୁ ସିକନ୍ଦରାବାଦ, ବିଶାଖାପାଟଣାରୁ ପୁରୀ, ଜୁନାଗଡ ରୋଡରୁ ପୁରୀ, ପାରାଦୀପରୁ ପୁରୀ ସମେତ ୯ଟି ସ୍ୱତନ୍ତ୍ର ରେଳ ଚାଲିଥିବା ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ୨୮ ତାରିଖ ବାହୁଡା ଯାତ୍ରା ଅବସରରେ ଏବଂ ୨୯ ତାରିଖ ସୁନାବେଶ ଦିନ ୩୪ଟି ସ୍ପେଶାଲ ଟ୍ରେନ ଚାଲିବ। ଏହାଛଡା ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦୈନନ୍ଦିନ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।