ପାଠକ ହାତରେ ‘ଆର୍ଯ୍ୟଭୂମି ଲଦାଖ’


ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି।ଏହି ବହି ଏକ ଭ୍ରମଣ କାହାଣୀ, ଯେଉଁଥିରେ ଲେଖକ ଜମ୍ମୁ କାଶ୍ମୀରର ଲଦାଖ ଓ ଆଖପାଖ ଅଞ୍ଚଳକୁ ନିଜେ ବୁଲିବା ବେଳେ, ଯାହା ଦେଖିଛନ୍ତି, ତାହାକୁ ପାଠକଙ୍କ ପାଇଁ ପରଷିଛନ୍ତି। ଏହି ବହିରେ କିଛି ଇତିହାସ, ସଂସ୍କୃତି, ପର୍ଯ୍ୟଟନ ଓ ମନଛୁଆଁ ଫଟୋ, ପାଠକଙ୍କୁ ଆକୃଷ୍ଟ କରିବ।
ପବିତ୍ର ଶ୍ରୀଗୁଣ୍ଡିଚାରେ ବହି ପ୍ରକାଶନ ପରେ ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ସୁଶ୍ରୀ ସୁଚରିତା ଦାଶ ଓ ନିର୍ଦ୍ଦେଶକ ଶକ୍ତି ଶଙ୍କର ଦାଶ, ଆର୍ଯ୍ୟଭୂମି ଲଦାଖ ବହିର ଲେଖକ ବିଜୟ କୁମାର ଜେନାଙ୍କୁ ଶୁଭେଛା ଜଣାଇଛନ୍ତି। ଏହି ବହି ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି।