Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୫ ନମ୍ବର ଜାତୀୟ ରାଜପଥ: ପାର୍କ ଗଲା ଚୁଲିକି,ଟୋଲ ପ୍ଲାଜାରେ ଗଞ୍ଜେଇ ଗଛ

ସମ୍ବଲପୁର: ଗଞ୍ଜାଇକୁ ନେଇ ଓଡିଶା ସରକାର ଖୁବ ତତ୍ପର। ଏପରିକି ଶିବ ମନ୍ଦିରରେ ମଧ୍ୟ ଏହାକୁ ବାରଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଲା।ଗଣମାଧ୍ୟମରେ ବଡ ଶିରୋନାମା ରଖି ରାଜ୍ୟ ସରକାର ନିଜର ସ୍ୱଚ୍ଛତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଭଲ ପ୍ରୟାସ କରିଛନ୍ତି। କେବଳ ସେତିକି ନୁହଁ ଗଞ୍ଜାଇ କଳା ବେପାରକୁ ରୋକିବା ପାଇଁ ଧରପଗଡ ଚାଲୁ ରଖି ସମ୍ବଲପୁର ପୋଲିସ ଓ ଅବକାରୀ ବିଭାଗ ଭଲ ନାଁ ସାଉଁଟିଛନ୍ତି। ଏପରିକି ଗତ ୩ ମାସ ମଧ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଗାଡି ତଲାସୀ କରି ପାଖାପାଖି ୧ କୋଟି ଟଙ୍କା ଉପରେ ଗଞ୍ଜାଇ ସହିତ ଗାଡି ମୋବାଇଲ,ନଗଦ ଟଙ୍କା ଜବତ କରି ରାଜ୍ୟରେ ସମ୍ବଲପୁର ପୁଲିସ ଓ ଅବକାରୀ ବିଭାଗ ଭଲ ନାଁ ନେଇଛନ୍ତି ।

କିନ୍ତୁ ଏଭଳି ଭଲ କାମ ଭିତରେ ଏହି ୨ ବିଭାଗର ନିଦ ହଜାଇ ଦେବା ଭଳି ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।ଜାତୀୟ ରାଜପଥର ଟୋଲ
ପ୍ଲାଜାରେ ଉଦ୍ୟା ପାର୍କ,କ୍ଯାଣ୍ଟିନ୍,ଫାଷ୍ଟ୍ ଏଡ଼୍ ସେଣ୍ଟର୍ ବିଶ୍ରାମାଗାର ଭଳି ମୌଳିକ ସୁବୁଧା ରହିବା କଥା । ଏହାର କିନ୍ତୁ ବ୍ୟତିକ୍ରମ ଘଟିଛି ୫୬ ନମ୍ବର ଜାତୀୟ ରାଜପଥର ପୁଡାପଡା(ନିଲଡୁଙ୍ଗରୀ) ଟୋଲ ପ୍ଳାଜାରେ। ଉଦ୍ୟାନ କେବଳ ନାମକୁ ମାତ୍ର । କିନ୍ତୁ ଆଖିରେ ଝଳସୁଛି ବେଆଇନ ଗଛ । ଏହାକୁ ନେଇ ଜାତୀୟ ରାଜପଥ କାମକରୁଥିବା ଏକ ଠକା କମ୍ପାନୀର ଦେବା ନାମକ ଜଣେ ବରିଷ୍ଟ ଅଧିକାରୀଙ୍କ ଦୃଷ୍ଟିକୁ ନେବାରୁ କହିଲେ କଣ ଏହା ଆମ କାମ । କାମ କାହାର ହେଉ ତା ବଡ କଥା ନୁହେଁ କିନ୍ତୁ ଏଭଳି ବେଆଇନ ଗଛ ପାଖକୁ ନେଇ ଦେଖାଇବାପରେ ଏହାଲୁ ଓପାଡି ଫିଙ୍ଗି ଦେବାକୁ ପରାମର୍ଶ ବଦଳରେ “ଔରବି କୁଛ ହେ ଯାକେ ଦେଖୋ ଭଳି” ଅଟ୍ଟହାସ୍ୟ ପୂର୍ଣ୍ଣ ମନ୍ତବ୍ୟ ଦେଇ ସ୍ଥାନ ପରିତ୍ୟାଗ କରିଥିଲେ । ଏହି ଗଛ ଥିଲା ଗଞ୍ଜାଇ ଗଛ। ୪ ଫୁଟ ଉପରକୁ ଥିବା ଏହି ଗଞ୍ଜାଇ ଗଛ ଉପରେ କାହାର ନଜର ନପଡିବା ଯେତିକି ଆଶ୍ଚର୍ଯ୍ୟ ତାଠାରୁ ଅଧିକ ଆଶ୍ଚର୍ଯ୍ୟ ଜାତୀୟ ରାଜପଥକୁ ଲାଗି ଏ ଗଛ ଆସିଲା କେମିତି ? ଏଠାରେ ବାହାର ରାଜ୍ୟର କର୍ମଚାରୀଙ୍କୁ ଲଗାଇ ବେଆଇନ କାମ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ।

କିନ୍ତୁ ପ୍ରଶାସନିକ ସ୍ତରରେ ଏହାକୁ ଲୁଚାଇ ଦିଆଯାଉଛି ନାଁ ଏଭଳି ବେଆଇନ ଗଛକୁ ନେଇ ପ୍ରଶାସନ ତେଜିବ ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଠିଛି ପ୍ରଶ୍ନ। ଏଭଳି ଗୋଟିଏ ଗଛ ଆଖିକୁ ଦେଖାଯାଉଥିଲେବି ଛୋଟ ବଡ ଅନେକ ଗଛ ରହିଛି ଏହି ଟୋଲ ପ୍ଲାଜା ନିକଟରେ । କେବଳ ସେତିକି ନୁହେଁ ପ୍ଲାଜାର ଅଫିସ ରୁମ ପଛରେ ଆଉ କଣ ସବୁ ପଡିଛି ତାହାର ଯଦି ତଦନ୍ତ ହୋଇ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ ତେବେ ସରକାର ଓ ପ୍ରଶାସନିକ ଦଛତାର ସ୍ୱଚ୍ଛତା ଲୋକେ ଆପେ ମାପି ପାରିବେ । ଅନ୍ୟଥା ଟିକେ କଥାରେ ପୋଲିସ,ପରିବହନ ଓ ଅବକାରୀ ବିଭାଗ ଏହି ଟୋଲ ପ୍ଲାଜାରେ ରହିବା ଅଧିକାଂଶ ସମୟରେ ଦେଖା ଯାଉଥିଲେି ବି ବେଆଇନ ଗଛ ଉପରେ କିପରି ଓ କେଉଁ ଉଦ୍ଦେଶ୍ୟରେ କାହାର ନଜର ପଡୁନି ତାହାହିଁ କେବଳ ଆଶ୍ଚର୍ଯ୍ୟର ବିଷୟ ନୁହେଁ ବରଂ ବାହାର ରାଜ୍ୟର ପ୍ରବେଶ ଫଳରେ ଶାନ୍ତ ସରଳ ଏହି ଅଞ୍ଚଳକୁ ବାହାର ରାଜ୍ୟର କର୍ମଚାରୀଙ୍କୁ ପ୍ରବେଶ କରାଇ ବଦନାମ କରିବା ଭଳି ଷଡଯନ୍ତ୍ର ଚାଲିଥିବା ନେଇ ଚର୍ଚା ଧରିଛି ।

ସବୁଜ ଉଦ୍ୟାନ ପାର୍କ,ଫାଷ୍ଟ୍ ଏଡ଼୍ ସେଣ୍ଟର୍ ,ବିଶ୍ରାମ ଗାର କ୍ୟାଣ୍ଟିନ ଭଳି ମୌଳିକ ସୁବିଧା ନଥାଇ ଟୋଲ ପ୍ଲାଜା ଆରମ୍ଭରୁ ଏଭଳି ଗଞ୍ଜାଇ ଗଛ ” ତାମନକୁ ଉଠିଛି କହି” ହାଲୁକା ଭାବେ ଗ୍ରହଣ ନକରି ଏ ଦିଗରେ ପ୍ରଶାସନିକ କାର୍ଯାନୁଷ୍ଟାନ ସହିତ ଟୋଲ ପ୍ଲାଜା ପରିଚାଳନା କରୁଥିବା ଠିକା ସଂସ୍ଥାକୁ ଦୃଢ ଚେତାବନି ଦେବାକୁ ଅଞ୍ଚଳର ପରିବେଶବିତ୍ ଓ ବୁଦ୍ଧିଜୀବୀ ମହଳରେ ଦାବି କରାଯାଉଛି । ପ୍ରଶାସନ ଏହାକୁ ହାଲୁକା ଭାବେ ଗ୍ରହଣ କଲେ ଆଗାମୀ ଦିନରେ ଏହି ଅଞ୍ଚଳରେ ବହୁ ଅସାମାଜିକ ତତ୍ତ୍ୱ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି ବୋଲି ଅଞ୍ଚଳର ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ପୁର୍ବରୁ ଚେତାଇ ଦେଇଛନ୍ତି । ତେଣୁ ଏହି ସ୍ଥାନରେ ୨୪ ଘଣ୍ଟା ସିସି ଟିଭିର କାର୍ଯ୍ୟକ୍ଷମ ସହିତ ସଦର ଓ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ନଜର ରହିବାକୁ ନେଇ ସେ ଗୁରୁତ୍ୱ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ