Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା: ଅଘଟଣ ରୁ ଅଳ୍ପକେ ବର୍ତିଲା ରଥଯାତ୍ରା

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ରଥଯାତ୍ରା ଚାଲିଥିବା ବେଳେ ପଛ ଚକ ଭାଙ୍ଗିଯାଇ ଅଳ୍ପକେ ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଛି ରଥଯାତ୍ରା। ଏଥିରେ କେହି ହତାହତ ହୋଇନଥିବା ଜଣାଯାଇଛି।

ସୂଚନା ଯୋଗ୍ୟ ଯେ, ଜମନକିରା ସଦର ମହକୁମାରେ ଗତକାଲି ସାଢେ଼ ୪ଟା ସମୟରେ ତିନି ବିଗ୍ରହଙ୍କ ରଥାରୂଢ଼ କରାଯାଇ ରଥଯାତ୍ରା ଶୁଭାରମ୍ଭ ହୋଇଥିଲା। ଗାଁର ଗୌନ୍ତିଆ ହେମନ୍ତ ପଟେଲ ଛେରା ପହରା କରିଥିବା ବେଳେ ପୂଜକ ଭାବେ ମାନସ ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ। ପରେ ଗାଁର କିଛି ଭକ୍ତ ରଥ ଉପରେ ବସିଥିଲେ। ସାଢେ଼ ୫ଟା ପାଖାପାଖି ସମୟରେ ରଥ ଟଣା କାର୍ଯ୍ୟ ଭକ୍ତଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା। ରଥ କିଛି ଦୂର ଗଲା ପରେ ଶିଶୁ ମାନଙ୍କର ରଥ ଛୁଆଁ କାର୍ଯ୍ୟ ମୁଖ୍ୟ ଛକରେ କରାଯାଇଥିଲା। ତେବେ ଆଉ କିଛି ଦୂର ରଥ ଟଣା ଯାଇଥିବା ବେଳେ ହଠାତ ରଥର ପଛ ଚକ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହେଇ ଯାଇଥିଲା। ଫଳରେ ରଥର ପଛ ଭାଗ ରାସ୍ତାରେ କଚାଡି ହୋଇ ପଡ଼ିଥିଲା। ତେବେ ସୌଭାଗ୍ୟ ବଶତଃ କାହାରି କିଛି ହୋଇନଥିଲା। ଭଗବାନ ଜଗନ୍ନାଥ ଙ୍କ ଅପାର କରୁଣାରୁ ବଡ଼ ଅଘଟଣ ରୁ ବର୍ତ୍ତି ଯାଇଥିବା କୁହାଯାଇଛି। ଶେଷରେ ରଥକୁ ଏକ ଗଣ୍ଡି ସାହାଯ୍ୟରେ ରାସ୍ତାର କଡ଼କୁ ଶ୍ରଦ୍ଧାଳୁ ମାନେ ଟାଣି ନେଇ ରଖିଦେଇଛନ୍ତି। ପରେ ରଥରୁ ବିଗ୍ରହ ମାନଙ୍କୁ ହାତରେ ଧରି ମାଉସୀ ମା” ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ନେଇ ଅବସ୍ଥାନ କରିଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ