ତରଭା ରଥଯାତ୍ରା: ଉପନଭୋଗ ପ୍ରଦାନ ତରଭାର ନିଆରା ପରମ୍ପରା


ତରଭା ରଥଯାତ୍ରା ଦ୍ଵିତୀୟ ଦିବସରେ ପ୍ରଭୁ ଶ୍ରୀ ଦଧିବାବନ ସୁନାରୀପଡାରେ ପହଞ୍ଚିବା ପରେ ରଥଟଣା ବନ୍ଦ ହୋଇଛି।ଆଜି ତରଭା ଥାନା ଓ ରଥପଡ଼ା ରାଧାକୃଷ୍ଣ ମନ୍ଦିର ତରଫରୁ ଉପନ ଭୋଗ ପ୍ରଦାନ ପରେ ସନ୍ଧ୍ୟା ୬ଟାରେ ରଥଟଣା ଆରମ୍ଭ ହୋଇଥିଲା।ରଥଟଣା ପରେ ଆଜି ଶ୍ରୀ ଦଧିବାବନ ରଥ ଉପରେ କଚ୍ଛ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ତରଭା ରଥଯାତ୍ରାର ସ୍ୱତନ୍ତ୍ରତା ହେଉଛି ଏଠାରେ କେବଳ ଜଗନ୍ନାଥ ପୂଜା ପାଇବା ସହ ରଥରେ ମଧ୍ୟ ଏକାକୀ ବିଜେ କରିଥାନ୍ତି।ରଥଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ବିଭିନ୍ନ ପଡା,ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଉପନ ଭୋଗ ପ୍ରଦାନ କରା ଯାଇଥାଏ।ଉପନ ଭୋଗରେ ବିଭିନ୍ନ ପ୍ରକାର ମିଷ୍ଟାନ୍ନ,ଫଳମୂଳ,ଫୁଲ ଥାଲି ମାନଙ୍କରେ ସଜାଇ ଘଣ୍ଟ ଘଣ୍ଟା, ବାଜା ବଜାଇ ରଥ ନିକଟକୁ ଆସି ଠାକୁରଙ୍କୁ ଅର୍ପଣ କରାଯାଏ।ରଥଯାତ୍ରା ସମୟରେ ଅଞ୍ଚଳର ଭାତ ଖୁଆଣି ସାରିଥିବା ଶିଶୁ ମାନଙ୍କୁ ରଥ ଛୁଆଁଇବା ପରମ୍ପରା ରହିଛି।