Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମ୍ବଲପୁରରେ ବିପୁଲ ସ୍ୱାଗତ ସମ୍ବର୍ଦ୍ଧନା

ସମ୍ବଲପୁର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ସମ୍ବଲପୁର ସହରରେ ଆଜି ବିପୁଲ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ନଡ୍ଡା ଆଜି ବିମାନ ଯୋଗେ ଝାରସୁଗୁଡା ରେ ପହଞ୍ଚି ସେଠାରୁ ସଡକପଥ ଦେଇ ଭବାନୀପାଟଣା ଯାଇଛନ୍ତି।
ଏହି ମର୍ମରେ ସେ ଆଜି ସଂଧ୍ୟା ରେ ସମ୍ବଲପୁର ସହର ମଧ୍ଯ ଦେଇ ଯାତ୍ରା କରିବା ସମୟରେ ସମ୍ବଲପୁର ବିଜେପି ପକ୍ଷରୁ ରେଙ୍ଗାଲି ଅଇଁଠାପାଲି,ବରେଇପାଲି,ରେମେଡ,ବିଭିନ୍ନ ସ୍ଥାନରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେପି ସହିତ ଏଥିରେ ବହୁ ସ୍ଥାନୀୟ ଜନତା ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ଏହି ସମୟରେ ଶ୍ରୀଯୁକ୍ତ ନଡ୍ଡାଙ୍କ ସହିତ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଦଗ୍ଗବଟି ପୁରେନ୍ଦର୍ଶ୍ଵରୀ ,ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନମୋହନ୍ ସାମଲ, ଜିଲ୍ଲା ସଭାପତି ଗିରିଶ ପଟେଲ,ପ୍ରମୂଖ ଆଗଧାଡିର ବିଜେପି ନେତା ସାମିଲ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ