Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍ ଦୁର୍ଘଟଣା; ବଡ ପଦବୀରେ ଥିବା ଅଧିକାରୀଙ୍କୁ ବଦଳି କଲା ରେଳ ବିଭାଗ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ଭାରତ ଇତିହାସରେ ଏକ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ମଧ୍ୟରୁ ଗୋଟିଏ। ଏତେ ବଡ ଓ ଭୟଙ୍କର ଦୁର୍ଘଟଣାର କାରଣ ଜାଣବା ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଥିଲା। ଏହି ମାମଲାର ସିବିଆଇ ତଦନ୍ତ ଜାରି ରହିଛି। । ନିକଟରେ ସିବିଆଇ ଟିମ୍ ବାହାନଗା ଷ୍ଟେସନର ସିଗନାଲ୍ ଇଞ୍ଜିନିୟର ଆମିର ଖାନଙ୍କୁ ପଚରାଉଚରା କରିଛି।

ତେବେ ଏହି ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ରେଳ ବିଭାଗ। ବଡ ପଦବୀରେ ଥିବା ଅଧିକାରୀଙ୍କ ବଦଳି କରିଛି ରେଳ ବିଭାଗ। ଦକ୍ଷିଣ ପୂର୍ବ ରେଳର ଖଡଗପୁର ଡିଭିଜନର ଡିଆରଏମ, ପିସିଏସଟିଇ, ପିସିଏସଓ ଏବଂ ପିସିସିଏମ ଭଳି ପଦାଧିକାରୀଙ୍କ ଅନ୍ୟତ୍ର ବଦଳି କରାଯାଇଛି। ଏବେ ନୂଆ ଡିଆରଏମ୍ ଭାବେ କେ.ଆର ଚୌଧୁରୀ ଓ ସତ୍ୟକି ନାଥଙ୍କୁ ଖଡଗପୁର ରେଳ ଡିଭିଜନର ନୂତନ ପିସିସିଏମ ଭାବରେ ନିଯୁକ୍ତ କରାଯାଇଛି। ଜୁନ୍ ୨ ସନ୍ଧ୍ୟାରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହିତ ଏହି ଘଟଣାରେ ୯୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ