Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସଭାପତି ଏବଂ ବିଧାୟକଙ୍କୁ ଗୁଡାରି ମନ୍ଦିର କମିଟି ତରଫରୁ ସମ୍ମାନିତ

ଗୁଡାରୀ: ବିଭିନ୍ନ ମଠ,ମନ୍ଦିର ତଥା ଜଗନ୍ନାଥ ମନ୍ଦିର ଓ ମା କାନ୍ୟକା ପରମେଶ୍ୱରୀ ମନ୍ଦିରର ବିକାଶ ଦିଗରେ ମାନ୍ୟବର ରାଜ୍ୟ ସରକାର ବହୁ ପରିମାଣରେ ଅନୁଦାନ ମଞ୍ଜୁରୀ କରିଛନ୍ତି। ସାଢେ଼ ଚାରି କୋଟି ଜନ ମାନସର ନେତା ତଥା ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ନୂତନ ଓଡ଼ିଶାର ବିନ୍ଧାଣୀ ସମ୍ମାନୀୟ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମହୋଦୟଙ୍କୁ ଗୁଡାରୀ ମା କାନ୍ୟକା ପରମେଶ୍ୱରୀ ମନ୍ଦିର କମିଟି ,ତଥା ଗୁଡାରୀ ଅଧକ୍ଷା ସରମିତା ଶବର ଓ ଜନସାଧାରଣ କୃତଜ୍ଞତା ଜଣାଉଛୁ। ଜିଲ୍ଲା ସଭାପତି ତଥାବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଓଡ଼ିଶା ସରକାର ତଥା ରାୟଗଡ଼ର ସର୍ବମାନ୍ୟ ଜନପ୍ରିୟ ନେତା ଶ୍ରୀ ସୁଧିର ଦାସ ମହୋଦୟଙ୍କୁ ଦୁର୍ଗୀ ସ୍ଥିତ ତାଙ୍କ ବାସଭବନରେ ଗୁଡାରି ମନ୍ଦିର କମିଟି ସଦସ୍ୟ ମାନେ ପହଞ୍ଚି ଉପଢୌକନ ଦେଇ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି। ପରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମହୋଦୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ