Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍‌ ଦୁର୍ଘଟଣା ୧୨ ମୃତ

ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍‌ ଦୁର୍ଘଟଣା । ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁରୁ ବ୍ରହ୍ମପୁର ହାତୀବନ୍ଧ ସାହିକୁ ଝିଅର ବିବାହ ପାଇଁ ଯାଇଥିଲେ । ମିନି ବସ୍‌ରେ ଥିଲେ ପ୍ରାୟ ୨୫ ଜଣ । ରାତି ଗୋଟାଏରେ ଘଟିଛି ଦୁର୍ଘଟଣା । ଓଏସଆରଟିସି ବସ ଓ ଘରୋଇ ମିନି ବସ ମୁହାମୁହିଁ ଧକ୍କା । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁରରୁ ବିବାହ ଭୋଜି ଖାଇ ରାତିରେ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଓଏସଆରଟିସି ଓ ଏକ କନ୍ୟାଯାତ୍ରୀ ଘରୋଇ ମିନି ବସ୍ ମୁହାଁମୁହିଁ ଧକ୍କା ହୋଇଛି ।

ମୃତକଙ୍କ ମଧ୍ୟରେ ୪ ମହିଳା, ୬ ପୁରୁଷ ଓ ୨ ଜଣ ଶିଶୁ ଅଛନ୍ତି । ୮ ଗୁରୁତରଙ୍କ ଚିକିତ୍ସା ଚାଲିଛି । ମୃତକ ହେଲେ ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ କୁମାରୀ ପ୍ରଧାନ, (31), ସଙ୍ଗୀତ। ଡାକୁଆ (32), ଲିଟୁ ନାୟକ (40), ତ୍ରିପତି ପ୍ରଧାନ (48), ରମେଶ ପ୍ରଧାନ (62), ସୀତାରାମ ପ୍ରଧାନ (60), ସଞ୍ଜୟ ମେଦିନ ରୟ (50), ଶୁଭେନ୍ଦୁ ପ୍ରଧାନ (32), ଦିବ୍ୟାଂଶୁ ପ୍ରଧାନ (3), ହାର୍ଦ୍ଧିକ (1)  । ୫ ମିନିଟରେ ଘରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଛକିଥିଲା ମୃତ୍ୟୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ