Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେକ୍ସ କରିବା ଠିକ୍ କି ଭୁଲ୍ ୧୬ ବର୍ଷୀୟ କିଶୋରୀ ନିଷ୍ପତ୍ତି ନେବାକୁ ସକ୍ଷମ; ପୋକ୍ସୋ କେସକୁ ଖାରଜ କଲେ ହାଇକୋର୍ଟ

ସିଲଙ୍ଗ: ମେଘାଳୟ ହାଇକୋର୍ଟ ଜଣେ ଯୁବକ ଉପରେ ପୋକ୍ସୋ ଆକ୍ଟ ଆଧାରରେ ରୁଜୁ କେସକୁ ଖାରଜ କରି ତାଙ୍କୁ ମୁକ୍ତ କରିଛନ୍ତି। ସିଲଙ୍ଗ ପୀଠ ଅଭିଯୁକ୍ତଙ୍କ ଯାଚିକା ଉପରେ ଶୁଣାଣି କରିଥିଲେ, ଯେଉଁଥିରେ ପୋକ୍ସୋ ଆଧାରରେ ରୁଜୁ କେସ ରଦ୍ଦ କରିବାକୁ ଦାବି କରାଯାଇଥିଲା। ଅଭିଯୁକ୍ତ ଜନ ଫ୍ରାଙ୍କଲିନ କହିଛନ୍ତି ଯେ, ସେ ନାବାଳିକାଙ୍କ ଯୌନ ଉତ୍ପୀଡ଼ନ କରି ନାହାନ୍ତି। ଉଭୟ ସହମତିରେ ଶାରୀରିକ ସମ୍ବନ୍ଧ ରଖିଥିଲେ କାରଣ ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି। ଜଷ୍ଟିସ ଡିଏଙ୍ଗଦୋହ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ଏଥିରେ କୌଣସି ଅପରାଧ ସାମିଲ୍ ନାହିଁ।

୧୬ ବର୍ଷୀୟ ନାବାଳିକା ଏହା ଉପରେ ନିଷ୍ପତ୍ତିକୁ ନେବାକୁ ସକ୍ଷମ ଯେ, ସେକ୍ସ କରିବା ଠିକ୍ କି ଭୁଲ୍। ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜନ ଫ୍ରାଙ୍କଲିନ ଅନେକ ଘରେ କାମ କରୁଥିଲେ। ଏହି ସମୟରେ ନାବାଳିକା ସହିତ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ଏହା ପରେ ଦୁହେଁ ଜନଙ୍କ ସଂପର୍କୀୟ ଘରେ ସହମତିରେ ଶାରୀରିକ ସଂପର୍କ ରଖିଥଲେ। ଯୁବତୀଙ୍କ ମାଆ ଯେବେ ଏହା ଜାଣି ପାରିଲେ ସେ ଜନଙ୍କ ବିରୋଧରେ କେସ୍ ରୁଜୁ କରିଥିଲେ। ଆଉ ଏହା ବିରୋଧରେ ଜନ ହାଇକୋର୍ଟରେ ଅପିଲ୍ କରିଥିଲେ।

ଜନ୍ କହିଛନ୍ତି, ଏହା ଯୌନ ଉତ୍ପୀଡ଼ନ ନୁହେଁ, କାରଣ ନାବାଳିକା ନିଜ ବୟାନ ଏବଂ କୋର୍ଟରେ ସାକ୍ଷ୍ୟ ଦେବା ସମୟରେ କହିଛନ୍ତି ଯେ, ଦୁହେଁ ପ୍ରେମିକ-ପ୍ରେମିକା। ଦୁହେଁ ସହମତିରେ ସମ୍ବନ୍ଧ ରଖିଥିଲେ। ଏଥିରେ କୌଣସି ବଳପୂର୍ବକ କାମ ହୋଇ ନ ଥିଲା। ମେଘାଳୟ ହାଇକୋର୍ଟ ୨୦୨୧ରେ ମାଡ୍ରାସ ହାଇକୋର୍ଟଙ୍କ ଏକ ରାୟର ଉଦାହରଣ ଦେଇ ଅଭିଯୁକ୍ତ ଜନ ଫ୍ରାଙ୍କଲିନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।