Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରି ଯିବାରୁ ଅର୍ଥବ୍ୟବସ୍ଥା ଉପରେ କ’ଣ ପଡ଼ିବ ପ୍ରଭାବ ? ସ୍ପଷ୍ଟ କଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟକୁ ବଜାରରୁ ପ୍ରତ୍ୟାହାର କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଣ୍ଣୟ ନେଇଥିଲେ। ଏହାର ଗୋଟିଏ ମାସ ଭିତରେ ମୋଟ୍ ୩.୬୨ ଲକ୍ଷ କୋଟି ଟଙ୍କାରୁ ୨.୪୧ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରି ଆସିଛି। ଏହା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରୁ ବାହାରିଯିବା ଅର୍ଥବ୍ୟବସ୍ଥା ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।

କେନ୍ଦ୍ରୀୟ ବ୍ୟାଙ୍କ ମେ ୧୯ରେ ଅଚାନକ ୨୦୦୦ ଟଙ୍କିଆ ନୋଟ୍ ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଲୋକଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଏବଂ ସମାନ ବିନିମୟ ମୂଲ୍ୟ ନେଇଯିବାକୁ ସମୟ ଦିଆଯାଇଛି। ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚରେ ମୋଟ୍ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବଜାରରେ ଥିଲା। ଆଉ ପ୍ରତ୍ୟାହାର ନିର୍ଣ୍ଣୟ ପରେ ଦୁଇ ତୃତୀୟାଂଶ ନୋଟ୍ ଅର୍ଥାତ ୨.୪୧ ଲକ୍ଷ କୋଟି ଟଙ୍କାର ନୋଟ୍ ବ୍ୟାଙ୍କୁ ଫେରି ଆସିଛି।

ଏହା ପୂର୍ବରୁ ଜୁନ ୮ ତାରିଖରେ ମୁଦ୍ରା ନୀତି ସମୀକ୍ଷା ପରେ ଗଭର୍ଣ୍ଣର ଦାସ କହିଥିଲେ ଯେ, ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରି ଆସିଛି। ଏହା ବଜାରରେ ପ୍ରଚଳନ ୨୦୦୦ ଟଙ୍କିଆ ନୋଟର ପ୍ରାୟ ୫୦ ପ୍ରତିଶତ ଥିଲା। ଆରବିଆଇ ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି ଯେ, ଏଥିରେ ଦେଶର ଅର୍ଥବ୍ୟବସ୍ଥା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏସବିଆଇର ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର ହେବାରୁ ବଜାରରେ ଏହାର ସରକାତ୍ମକ ପ୍ରଭାବ ପଡ଼ିବ। ଏପରିକି ଆର୍ଥିକ ଅଭିବୃଦ୍ଧିହାର ୬.୫ ପ୍ରତିଶତ ରହିପାରେ।