OSRTCର ଡ୍ରାଇଭର୍ ମାନସ ପ୍ରଧାନ ଗିରଫ

ଗପହଣ୍ଡି ବସ୍ ଦୁର୍ଘଟଣା ଘଟଣାରେ OSRTCର ଡ୍ରାଇଭର୍ ମାନସ ପ୍ରଧାନ ଗିରଫ । ବସ୍ ଦୁର୍ଘଟଣା ପରେ ଆହତ ଅବସ୍ଥା ଫେରାର ଥିଲେ ମାନସ । ଗତକାଲି ମାନସକୁ ଭରତପୁର ପୋଲିସ ସହାୟତାରେ ଉଠାଇ ଆଣିଥିଲା ବ୍ରହ୍ମପୁର ଦିଗପହଣ୍ଡି ପୋଲିସ । ଅନ୍ୟପଟେ ବସ୍ ଦୁର୍ଘଟଣାର କାରଣ ଖୋଜୁଛି ଓଡ଼ିଶା ସରକାରଙ୍କ ଷ୍ଟେଟ ରୋଡ଼ ଟ୍ରାନ୍ସପୋର୍ଟ ଅଥରେଟି ସହ 4 ଜଣିଆ ଟିମ୍ । ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଟିମ୍ । ଏହି ଟିମରେ ଦୁଇ ଜଣ ଇଂଜିନିୟର ସମେତ ଜଣେ ଡାକ୍ତର, ଗଞ୍ଜାମ RTO, ଚିକିଟି SDPO ଅଛନ୍ତି ।
କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ତଦନ୍ତ କରୁଛନ୍ତି । ଗତକାଲି ବସ ଦୁର୍ଘଟଣା ଘଟି 12 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6ଜଣ ଗୁରୁତର ଆହତଙ୍କ ଚାଲିଛି ଚିକିତ୍ସା । ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଜଣଙ୍କୁ କଟକ ଓ ଅନ୍ୟ ଜଣଙ୍କୁ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ନିଜ ଆତ୍ମୀୟ, ପ୍ରିୟଜନଙ୍କୁ ହରାଇ କାନ୍ଦୁଛି ଖଣ୍ଡଦେଉଳି ଗାଁ ।