Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଠାମାରେନ ପୋଲ ମଝିରେ ଆଣ୍ଠୁଏ ପାଣି, ଭିତରେ ବିରାଟ ବିରାଟ ଗର୍ତ୍ତ ଯୋଗୁଁ ଗାଡ଼ି ସ୍ଥିତି ବେହାଲ୍

ଜମନକିରା : ଜମନକିରା ବ୍ଲକ ପିଠାମାରେନ ପୋଲ ମଝିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି। ପାଣି ନିଷ୍କାସନ ହୋଇପାରୁ ନଥିବାରୁ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେଉଛି। ଅନ୍ୟପଟେ ଗୋଳିଆ ପାଣି ଥିବା ରୁ ପୋଲ ମଝିରେ ଥିବା ଗାଡ଼ ଗୁଡ଼ିକ ଜଣା ପଡୁନାହିଁ। ସଦାବେଳେ ଭାରି ଯାନ ଚାଲୁଥିବା ବେଳେ ଛୋଟ ଛୋଟ ଗାଡ଼ ଗୁଡ଼ିକ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଯାଉଛି। ଯଦ୍ୱାରା ଛୋଟ ଚକ ଥିବା ଗାଡ଼ି ଯାତାୟାତ କଲାବେଳେ ଗାଡ଼ି ଗୁଡ଼ିକର ତଳ ଭାଗ ପୋଲରେ ବାଜି ଦୁର୍ଘଟଣା ଘଟୁଛି। ବାଇକ ଆରୋହୀ ଙ୍କ ଅବସ୍ଥା ଆହୁରି ଖରାପ। ଯିବା ଆସିବା ସମ୍ଭବ ହୋଇ ପାରୁନି। ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ପୋଲରେ ଗାଡ଼ି ସମ୍ପୂର୍ଣ୍ଣ ବନ୍ଦ ହେଲେ ଯାଇ ବାଇକ ଯାଇ ପାରୁଛି। ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପାଣି ନିଷ୍କାସନର ବାଧା ସୃଷ୍ଟି ହେଉଛି। ବର୍ଷା ପାଣି ହେଲା ପରେ ପରେ ଯଦି ପାଣି ନିଷ୍କାସନ ହୋଇ ଯାଇଥାନ୍ତା, ତାହେଲେ ଏତେ ଅସୁବିଧା ହୁଅନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଖୁବ ଶୀଘ୍ର ଏହାର ପ୍ରତିକାର କରାନଗଲେ ରାସ୍ତାକୁ ବନ୍ଦ କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି।
ଏସଂକ୍ରାନ୍ତରେ ଏନଏଚଏଆଇ ପିଡ଼ି କେ.ଏନ ରାଓ ଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଖୁବ ଶୀଘ୍ର ପ୍ରତିକାର କରାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ