Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହୁଡା ଯାତ୍ରାରେ ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦର ମେଗା ବୃକ୍ଷରୋଣ

ସମ୍ବଲପୁର: ଅନେକ ସମୟରେ ଗାଁ ଦେଖାଏ ନୂଆଁ ବାଟ। ବଞ୍ଚି ବଞ୍ଚାଇବାର ରାହା।କିଛି ଅଭିନବ କାମକରି ସାରା ଦୁନିଆଁରେ ଆଲୋକ ବର୍ତ୍ତିକା ସାଜିବାରେ ଅନନ୍ୟ ଉଦାହରଣ ସୃଷ୍ଟି କରିବାରେ ମାହିର୍ ଅଛନ୍ତି ଅନେକ ଅନୁଷ୍ଠାନ। କେତେବେଳେ ରକ୍ତଦାନ ତ କେତେବେଳେ ଅନାଥଙ୍କ ସେବା ଭଳି ଅନେକ ସାମଜିକ ଦାୟିତ୍ୱ ବହନ କରୁଥିବା ସଂଗଠନ ଭିତରେ ଗଡଗଡ ବାହାଲରେ ଥିବା ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦ ଅନନ୍ୟ ଉଦାହରଣ। ଆଜି ବାହୁଡା ଯାତ୍ରା ଭଳି ଏକ ପବିତ୍ର ଦିନରେ ପରିବେଶ ସୃଷ୍ଟି କରିବା ଦିଗରେ ପାଦେ ଆଗକୁ ବଢିଛି। ଏହି ସ୍ମୃତି ସଂସଦ ପକ୍ଷରୁ ଆଜି ଗଡଗଡବାହାଲ ଠାରେ ୧୦୦ରୁ ଉର୍ଦ୍ଧ୍ବ ଫଳ ଗଛର ଚାରା ରୋପଣକରି ସଂସଦ ନେଇଛି ପୁଣି ଏକ ବଡ ଭୂମିକା । ଏଥିରେ ଯୁଯୋମୁରା ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ୱାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ସଂସଦର ଉପଦେଷ୍ଟା ସୁରେଶ୍ୱର ପ୍ରଧାନ,ଡମ୍ବରୁ ପ୍ରଧାନ,ସିଦ୍ଧାର୍ଥ ପ୍ରଧାନ, ନିତିଶ ବିଶ୍ୱାଲ,ଅରୁଣ ଧରୁଆ,ଯୁଧିଷ୍ଟିର ଧରୁଆ,ମିଥୁନ ପ୍ରଧାନ,ସୁରେନ୍ଦ୍ର ମଟାରି,ପ୍ରବୀନ ମାହାର,ଚୈତନ୍ୟ ଭୁଏ,ଇଂ.ଅଭିନ୍ୟ ଠାକୁର,ଭୁବନ ଭୋଇ ଭଳି ବହୁ ଉତ୍ସାହୀ ଯୁବକ ଏଥିରେ ସାମିଲ ହୋଇ ବୃକ୍ଷ ରୋପଣ କରିବା ସହିତ ଏହି ସବୁ ଫଳ ଗଛକୁ ବଞ୍ଚାଇ ରୋଗୀ ଓ ଅସହାୟ ମାନଙ୍କ ପାଇଁ କିଭଳି ଏହା କାମରେ ଲାଗିବ ସେ ଦିଗରେ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ସଂକଳ୍ପ ନେଇଛନ୍ତି । ବାହୁଡା ଝାତ୍ରା ଭଳି ଏହି ଦିବସରେ ସଂସଦର ଏହି ଅଭିନବ କାର୍ଯ୍ୟକୁ ସବୁ ମହଳରେ ସ୍ୱାଗତ କରାଯାଇଛି ।