Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ଝଡ ବର୍ଷାରେ ଉଡିଲା ଆଜବେଷ୍ଟସ, ଭାଙ୍ଗିଲା ଘର

ଜମନକିରା, : ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଏବଂ ମୌସୁମୀ ଜନିତ ବର୍ଷା ଯୋଗୁଁ ଦେଶରେ ୮୦ ପ୍ରତିଶତ ସ୍ଥାନ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ଦେଖିବାକୁ ମିଳିଛି। ସେହିପରି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ଗ୍ରାମ ପଞ୍ଚାୟତ ସଦର ମହକୁମାର ଲେଲିନ ରଣାଙ୍କର ଦୁଇ ବଖରା ଘରର ଆଜବେଷ୍ଟସ ଉଡିଯାଇଛି। ଫଳରେ ତାଙ୍କ ପରିବାର ବସବାସ ପାଇଁ ହନ୍ତସନ୍ତ ହେଉଥିବା ବେଳେ ବେଲୁଆମାଲ ଗ୍ରାମର ହୃଷିକେଶ ଦେହୁରୀଙ୍କ ଘର ନଡା ଛାଉଣୀ ଉଡିଯାଇଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ପାଣି ଯୋଗୁଁ ଗୋଟିଏ ବଖରା ଘର ଭୁଷୁଡି ପଡିଛି। ଏନେଇ ଶ୍ରୀ ଦେହୁରୀ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବାରୁ ସରପଞ୍ଚ ଫାଶୀମାଲ ରାଜସ୍ବ ନୀରିକ୍ଷକଙ୍କୁ ଜଣାଇ ତଦନ୍ତ କରିଛନ୍ତି। ତେବେ ଘରଭାଙ୍ଗି ଥିବା ଲୋକମାନଙ୍କୁ ଶୀଘ୍ର ଘର ପ୍ରଦାନ କରାଯାଉବୋଲି ଗ୍ରାମବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ