ଧନୁପାଲି ସ୍ଥିତ ଗୋପାଲଜୀ ମନ୍ଦିରର ବାହୁଡା ଯାତ୍ରା


ସମ୍ବଲପୁର: ସହରର ଧନୁପାଲି ସ୍ଥିତ ଶ୍ରୀ ଗୋପାଳଜୀ ମନ୍ଦିର ର ତିନି ଠାକୁର ଙ୍କର ରଥଯାତ୍ରା ନଅ ଦିନ ଗୋବିନ୍ଦତୋଳା ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ତିନିଠାକୁର ମାଉସୀ ମାଁ ମନ୍ଦିରରେ ପୂଜା ପାଇଲା ପରେ ଆଜି ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି l ଗୋବିନ୍ଦତୋଳା ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ରଥ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଦ୍ୱାରା ଟଣା ହୋଇ ଧନୁପାଲି ଶ୍ରୀ ଗୋପାଳଜୀ ମନ୍ଦିରକୁ ରାତି ରେ ପହଂଚି ଥିଲା l
ପଣ୍ଡିତ ମନମୋହନ ପାଣିଗ୍ରାହୀ ଙ୍କର ତତ୍ୱାବଧାନ ରେ ପୂଜା ଅର୍ଚନା ପୂର୍ବକ ରଥ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି ବାହୁଡା଼ ଯାତ୍ରାରେ ଶତାଧିକ ଶିଶୁଙ୍କୁ ପ୍ରଭୁ ଜଗନ୍ନାଥଙ୍କ ରଥ ଛୁଆଁ ପରମ୍ପରା ସମ୍ପନ୍ନ ହୋଇଥିଲା l ଏହି ନଅ ଦିନ ବ୍ୟାପି ରଥଯାତ୍ରା ମହୋତ୍ସବକୁ ଧନୁପାଲି ଶ୍ରୀ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ଓ ଗୋବିନ୍ଦତୋଳା ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ପରିଚାଳିତ କରିଥିଲେ l ଧନୁପାଲି – ଗୋବିନ୍ଦତୋଳା ମୁଖ୍ୟ ରାସ୍ତା ର ଅଧିଗ୍ରହଣ ତଥା ନିର୍ମାଣ କାର୍ଯ୍ୟ ଚାଲିଥିଲା ସତ୍ୱେ ବିନା ଅଘଟଣ ରେ ସୁରୁଖୁରୁ ରେ ରଥଯାତ୍ରା ମହୋତ୍ସବ ସଂପନ୍ନ ହୋଇଥିଲା l