22 ଜଣିଆ ଭାରତୀୟ ତାଇକୋଣ୍ଡୋ ଟିମରେ ସୁବର୍ଣ୍ଣପୁର ଜିଲ୍ଲାର 8 ଖେଳାଳୀ ସାମିଲ


ବୀରମହାରାଜପୁର : ପୁଣିଥରେ ବିଦେଶ ମାଟିରେ କମାଲ ଦେଖାଇବେ ଓଡିଆ ଖେଳାଳୀ । ଥାଇଲାଣ୍ଡରେ ହେବାକୁଥିବା ୬ଷ୍ଠ ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବାକୁ ଭାରତୀୟ ଟିମ ସହ ଥାଇଲାଣ୍ଡ ଗସ୍ତ କରିଛନ୍ତି ଓଡିଆ ଖେଳାଳୀ । ବିଦେଶ ଗସ୍ତ କରିଥିବା ୨୨ ଜଣିଆ ଭାରତୀୟ ଟିମରେ ସୁବର୍ଣ୍ଣପୁର ର ଏହେସାସ ତାଇକଣ୍ଡୋ ଏକାଡେମୀ ର ଆଠଜଣ ଖେଳାଳୀ ରହିଛନ୍ତି । ଭାରତୀୟ ଟିମର କୋଚ ଭାବେ ଆନ୍ତର୍ଜାତୀୟ ଖେଳାଳୀ ଏହେସାସ ହୋତା ରହିଥିବାବେଳେ ଟିମରେ ଆନ୍ତର୍ଜାତୀୟ କ୍ରୀଡାବିତ ଅନ୍ୱେଷ ହୋତା , ଜାତୀୟ ଖେଳାଳୀ ମନିଷ ମାହାନ୍ତି , ବିଶ୍ୱରଞ୍ଜନ ସାହୁ , ପ୍ରୀୟଦର୍ଶନୀ କର , ହରିପ୍ରୀୟା ମିଶ୍ର , କୁମାର କସ୍ୟପ ଷଡଙ୍ଗୀ , କ୍ରୀସ କୁଦେଇ ଏବଂ ରାଜଲକ୍ଷ୍ମୀ ସାହୁ ପ୍ରମୁଖ ତାଇକଣ୍ଡୋ ଖେଳାଳୀ ରହିଛନ୍ତି । ଭାରତୀୟ ଟିମ୍ ସହ ଏହି ଖେଳାଳୀମାନେ ଗତ ଗୁରୁବାର ଠାରୁ ଥାଇଲାଣ୍ଡରେ ପହଞ୍ଚି ଅଭ୍ୟାସ ଜାରିରଖିଛନ୍ତି । ଆସନ୍ତା ଜୁଲାଇ ୨ ଓ ୩ ତାରିଖରେ ଥାଇଲାଣ୍ଡ ର ସାମ୍ପୁଟପ୍ରକ୍ରନ ପ୍ରଭିନେନ୍ସ ଷ୍ଟାଡିଅମରେ ହେବାକୁ ଥିବା ତାଇକଣ୍ଡୋ ଚାମ୍ପିୟନସିପ ରେ ଖେଳାଳୀମାନେ ଅଂଶ ଗ୍ରହଣ କରିବେ । ଏହି ତାଇକଣ୍ଡୋ ଚାମ୍ପିୟନସିପ ରେ ୨୦ଗୋଟି ଦେଶର ୨୫୦୦ ଖେଳାଳୀ ଅଂଶଗ୍ରହଣ କରୁଥିବା ଜଣାପଡିଛି । ବିଦେଶ ଗସ୍ତରେ ଥିବା ଏହି ଖେଳାଳୀଙ୍କ ସଫଳତା ପାଇଁ ଓଡିଶା ତାଇକଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ , ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଙ୍ଘର ସଭାପତି ରବୀନ୍ଦ୍ର ହୋତା , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୁର୍ବତନ ସମିତି ସଭ୍ୟ ପିତାମ୍ବର ସାହୁ ,ବରିଷ୍ଠ ସାମ୍ବାଦିକ ଶେଷଦେବ ବାରିକ , ସୌମିତ୍ରି ମେହେର ଏବଂ ରାଧାକାନ୍ତ ବାଘ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।