Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳନ୍ତା ବସ୍‌ରେ ଲାଗିଲା ନିଆଁ; ୨୫ ଜଣ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ଚଳନ୍ତା ବସ୍ ଲାଗିଲା ନିଆଁ। ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ବୁଲଢାଣାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି। ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଜଳିଗଲା ଏସି ବସ୍ । ସୂଚନା ଅନୁଯାୟୀ ବସ୍‌ରେ ପ୍ରାୟ ୩୨ ଜଣ ଲୋକ ଥିଲେ। ହଠାତ୍ ନିଆଁ ଲାଗିଯିବା ଯୋଗୁ ଲୋକମାନେ ବସ ଭିତରୁ ବାହାରିବାର ସୁଯୋଗ ପାଇଲେ ନାହିଁ। ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବସଟି ମହାରାଷ୍ଟ୍ରର ୟବତମାଲରୁ ପୁଣେ ଯାଉଥିଲା। ଶନିବାର ରାତି ପ୍ରାୟ ୨ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରୁ ୨୫ ଟି ମୃତଦେହକୁ ବାହାର କରାଯାଇଥିବା ସୂଚନା ମିଳିଛି। ଏଥିରେ ୬ରୁ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁଲଢାଣା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ