Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ୍‌କୁ ପଛରୁ ପିଟିଲା ବସ, ୨ ଚାଳକ ଗୁରୁତର ଜଣେ ଆହତ

ଜମନକିରା : ଜମନକିରା ଥାନା ଜାତୀୟ ରାଜପଥ ୫୩ ବାଇପାସ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭାଗ ପକ୍ଷରୁ କରାଯାଇଥିବା ନୂତନ ରାସ୍ତାର ଭିତ୍ତପ୍ରସ୍ତର ଠିକ ନଥିବା ଯୋଗୁଁ ଏଭଳି ଅସୁବିଧା ହେଉଥିବା ନେଇ ବିଶେଷଜ୍ଞ ମାନେ ପ୍ରକାଶ କରୁଛନ୍ତି। ଏଭଳି ଦୁଇଟି ଘଟଣା ୨ଦିନ ଅନ୍ତରରେ ଘଟି ଯାଇଛି। ଗତ ୨୯ ତାରିଖ ଦିନ ସିରିଜ୍ ଟ୍ରକ ଦୁର୍ଘଟଣାରେ ଜଣେ ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତି ସାଢେ଼ ୨ଟା ସମୟରେ କେନ୍ଦୁଝର ରୁ ବଲାଙ୍ଗୀର କୁ ଯାଉଥିବା ଓଏସଆରଟିସି ବସ (ଓଡ଼ି ୦୯ ୟୁ ୬୫୨୪) ଜମନକିରା ରାଜରାସ୍ତା ବାଇପାସ୍ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ (ଓଡ଼ି ୦୯ କ୍ୟୁ ୪୧୯୮) ପଛରେ ବାଡ଼େଇ ହୋଇଥିଲା। ଫଳରେ ଦୁଇଜଣ ଚାଳକ ବିମ୍ବାଧର ମହନ୍ତ (୪୨), ଅନ୍ୟ ଚାଳକ ତ୍ରିଲୋଚନ ମହାନ୍ତ (୪୫) ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଉଭୟ ଚାଳକଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ବସରେ ଥିବା ପ୍ରାୟ ୧୩/୧୪ଜଣ ଯାତ୍ରୀ ସୁରକ୍ଷିତ ଥିବା ନେଇ ପୋଲିସ ଅଧିକାରୀ ସୁଧାଂଶୁ ଶେଖର ପାତ୍ର ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି। ତେବେ ଏହି ନୂତନ ରାସ୍ତାରେ ବାରମ୍ବାର ଦୁର୍ଘଟଣା କୁ ରୋକିବା ଲାଗି ଏନଏଚଏଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।
ଏସଂକ୍ରାନ୍ତରେ ଏନଏଚଏଆଇ ପିଡ଼ି କେ.ଏନ.ରାଓଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ