Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ଜାମ୍ମୁ ତବି ଏକ୍ସପ୍ରେସ କୁ ଭବ୍ୟ ସ୍ୱାଗତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେଳ ଷ୍ଟେସନରେ ଜମ୍ମୁ ତବି ଏକ୍ସପ୍ରେସ ଟ୍ରେନ କୁ ଭବ୍ୟ ସ୍ୱାଗତ କରାଯାଇଛି। ରେଙ୍ଗାଲି ବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଥିବାରୁ ରେଙ୍ଗାଲି ଜନସାଧାରଣ ଶନିବାର ଦିନ ଜମ୍ମୁ ତାବି ଏକ୍ସପ୍ରେସ ଟ୍ରେନ କୁ ଭବ୍ୟ ସ୍ୱାଗତ କରିଥିଲେ। ପ୍ରଥମେ ଟ୍ରେନ କୁ ପୂଜା କରଯାଇ ଟ୍ରେନ ର ଲୋକୋ ପାଇଲଟ ଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା। ଟ୍ରେନ ରେ ଯାଉଥିବା ଯାତ୍ରୀ ମାନଙ୍କୁ ମିଠା ବଣ୍ଟା ଯାଇଥିଲା। ଏହି ଅଵସର ରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ପୂର୍ବତନ ବିଧାୟକ ଦୁର୍ଯୋଧନ ଗରଡ଼ିଆ, ଏମ ପି ନୋମିନି ଯୁଗଳ ଅଗ୍ରୱାଲ,ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ବିନୋଦ ନନ୍ଦ, ସୁବାଷ ବିଶ୍ୱାଳ, ବସନ୍ତ କୁମାର ନାୟକ, ସରୋଜ ମେହେର, ସୁବାଷ ଚନ୍ଦ୍ର ମିଶ୍ର, ସଞ୍ଜୟ ବର୍ମା,ଉତ୍ତମ ବିଶ୍ୱାଳ, ସଲିମ ଖାଁ, ଶଶୀ ଭୂଷଣ ସାହୁ, ବୃନ୍ଦାବନ ସାହୁ, ଡା. ଅର୍ଜୁନ ନାୟକ, , ଉଦୟ ସାହୁ, ସଲେଗ୍ରାମ ସାହୁ, ନବୀନ ପଧାନ, ଅନ୍ତର୍ଯ୍ୟାମୀ ପାଣି, ଙ୍କ ସହ ସମସ୍ତ ରାଜନୈତିକ ଦଳ ର କର୍ମୀ ଓ ବହୁ ରେଙ୍ଗାଲି ବାସୀ ଉପସ୍ଥିତ ଥିଲେ।