ଥାଇଲାଣ୍ଡ ରେ ଚମକିଲେ ରାଜଲକ୍ଷ୍ମୀ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର କ୍ରୀଡ଼ାବିତ ରାଜଲକ୍ଷ୍ମୀ ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଥାଇଲାଣ୍ଡରେ ଅନୁଷ୍ଠିତ ହେଉଥିବା ଷଷ୍ଠ ହିରୋସ ତାଇକଣ୍ଡୋ ଚମ୍ପିୟାନସିପି ରେ ସେ ଭାରତୀୟ ଦଳ ତରଫରୁ ପ୍ରତିନିଧିତ୍ବ କରି ଏହି ସଫଳତା ହାସଲ କରିଛନ୍ତି । ଉକ୍ତ ତାଇକଣ୍ଡୋ ଚାମ୍ପିୟନସିପ ର ଶନିବାର ପ୍ରଥମ ଦିବସରେ ଅନୁଷ୍ଠିତ ପ୍ରୀ କ୍ଵାଟର ଫାଇନାଲରେ ରାଜଲକ୍ଷ୍ମୀ ଓମାନ ଠାରୁ ୭-୨ , କ୍ଵାଟର ଫାଇନାଲରେ ଥାଇଲାଣ୍ଡ ଠାରୁ ୩-୧ରେ ବିଜୟୀ ହୋଇଥିବାବେଳେ ସେମିଫାଇନାଲରେ ଋଷିଆ ଠାରୁ ୧-୧୦ ରେ ପରାଜିତ ହୋଇଥିଲେ l ଫଳରେ ତାଙ୍କୁ ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହେବାକୁ ପଡିଥିଲା l ଭାରତକୁ ଏହା ପ୍ରଥମ ମେଡାଲ ସହ ଅନ୍ୟ କ୍ରୀଡ଼ାବିତଙ୍କୁ ମଧ୍ୟ ଉତ୍ସାହିତ କରିଛି l ଥାଇଲାଣ୍ଡରୁ ଏହି ଖୁସି ଖବର ଆସିବା ପରେ ରାଜଲକ୍ଷ୍ମୀ ର ସଫଳତା ପାଇଁ ତାକୁ ଶୁଭେଚ୍ଛା ଜଣେଇଛନ୍ତି ତାଙ୍କ କୋଚ ତଥା ଇଣ୍ଡିଆ ଟିମ ମୁଖ୍ୟ ଏହେସାସ ହୋତା l ଏହି ଖବର ଜଣାପଡିଲା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଥିବା ବେଳେ ଓଡିଶା ତାଇକଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ , ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଙ୍ଘ ର ସଭାପତି ରଵୀନ୍ଦ୍ର ହୋତାଙ୍କ ସମେତ ବିଭିନ୍ନ କ୍ରୀଡା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି l ସୁଚନାଯୋଗ୍ୟ ଥାଇଲାଣ୍ଡ ରେ ହେଉଥିବା ୬ଷ୍ଠ ଆନ୍ତର୍ଜାତୀୟ ହିରୋସ ତାଇକଣ୍ଡୋ ଚାମ୍ପିୟନସିପରେ ୨୦ଟି ଦେଶରୁ ବିଭିନ୍ନ ବର୍ଗରେ ପ୍ରାୟ ୨୫ଶହ କ୍ରୀଡାବିତ ଅଂଶ ଗ୍ରହଣ କରୁଛନ୍ତି । ଏଥିରେ ଭାରତରୁ ୨୨ଜଣ ତାଇକଣ୍ଡୋ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ର ଆଠ ଜଣ ଭାରତୀୟ ଟିମରେ ସାମିଲ ହୋଇଛନ୍ତି । ଥାଇଲାଣ୍ଡର ସାମ୍ପୁଟପ୍ରକ୍ରନ ପ୍ରଭିନେନ୍ସ ଷ୍ଟାଡିୟମରେ ଉକ୍ତ ତାଇକଣ୍ଡୋ ଚାମ୍ପିୟନସିପ ଖେଳ ହେଉଛି।