Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅମୃତ ସରୋବର କାର୍ଯ୍ୟରେ ଅନିୟମିତତା; ଅଭିଯୋଗ ଆଣିଲେ ଆମ୍ ଆଦମି ପାର୍ଟି ର କର୍ମକର୍ତ୍ତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର କଳାପଥର ଗ୍ରାମ ପଞ୍ଚାୟତ ରେ ମନରେଗା ଓ ଅମୃତ ସରୋବର କାର୍ଯ୍ୟ କୁ ଶ୍ରମିକ ନ କରି ଜେସିବି ମେସିନ୍ ମାଧ୍ୟମରେ କାମ କରାଯାଇଥିବା ଏବଂ ନିମ୍ନମାନର କାମ ହୋଇଥିବା ଦେଖାଯାଏ l ଏ ନେଇ ଆମ୍ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଉପ ସଭାପତି ପୃଥିରାଜ ଜଗଦଲା ଏବଂ ଦଳିୟକର୍ମୀମାନେ ଉଲୁଣ୍ତା ବିଡ଼ିଓ କରିସ୍ମା ବେଶ୍ରା ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ସେମାନଙ୍କ କହିବା କଥା ଉକ୍ତ କାମଗୁଡାକ ଶ୍ରମିକ ମାନେ କରିବା ବଦଳରେ ଟ୍ରାକଟର ଓ ଜେସିବି ମେସିନ୍ ଲଗାଇ କାମ ହେଉଥିବା ବେଳେ ଏଠାର ଶ୍ରମିକ କାମଧନ୍ଦା ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଦେଖା ଦେଇଛି l ଏଣୁ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି l