Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ବନଖଣ୍ଡ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଉରିଗୋଡା ସ୍ଥିତ ଖେଳ ପଡିଆ ପରିସରରେ ଆଜି ବାମରା ବନଖଣ୍ଡ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷ ରୋପଣ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବୃକ୍ଷ ପୂଜନ ପରେ କୁଚିଣ୍ଡା ବିଧାୟକ କିଶୋରଚନ୍ଦ୍ର ନାୟକ ମୁଖ୍ୟଅତିଥି, କୁଚିଣ୍ଡା ଉପ-ଜିଲ୍ଲାପାଲ ବିଭୂତିଭୂଷଣ ନାୟକ, ବାମରା ଡିଏଫଓ ସମୀର କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ତହସିଲଦାର ପ୍ରସନ୍ନ ଟେଟେ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସଚନ୍ଦ୍ର ନାୟକପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ। ଏଥିସହ ଶତାଧିକ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରିବା ସହ ଚାରା ରୋପଣ କରିଥିଲେ। ଏହା ପରେ ଆୟୋଜିତ ସଚେତନତା ସଭାରେ ସମସ୍ତ ଅତିଥି ବୃକ୍ଷ ହେଉଛି ମଣିଷର ବନ୍ଧୁ,। ତାସହିତ ଖାଇବା, ପିଇବା, ବସା ଘର ସହ ଅମ୍ଳଜାନ ମଧ୍ୟ ଯୋଗାଉ ଥିବାରୁ ବ୍ୟାପକ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଏହି ସଭାକୁ ଏସିଏଫ ଜିତେନ୍ଦ୍ର ବେଉରା ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ବାଗ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ରେଞ୍ଜର ଶରତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବନ କର୍ମଚାରୀ ଦୀପକ ମହାନନ୍ଦ, ଦୁଷ୍ମନ୍ତ ଖର୍ସେଲ, ଗୋକୁଳ ନାଏକ, ଅନିତା ନାୟକ, ସ୍ବେଚ୍ଛାସେବୀ ଲାବଣ୍ୟ ରକସା,ପୂର୍ଣ୍ଣମୀ ନାଏକ, ସୌଦାମିନୀ ନାଏକ ପ୍ରମୁଖ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ