Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟିଭ୍ ସ୍ମିଥ ଏହି ୨ ଦେଶ ବିପକ୍ଷରେ ହିରୋ, ବାକି ଦେଶ ବିପକ୍ଷରେ ହେଉଛନ୍ତି ଜିରୋ

ନୂଆଦିଲ୍ଲୀ: ସମସ୍ତେ ଜାଣିଛନ୍ତି ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ କେତେ ବଡ଼ ଖେଳାଳି। ସେ ମହାନ ଖେଳାଳିଙ୍କ ତାଲିକାରେ ମଧ୍ୟ ସାମିଲ୍ ହେବାରେ ଲାଗିଛନ୍ତି। ଲଗାତାର ଏହି ଫର୍ମାଟରେ ସେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛନ୍ତି। ମାତ୍ର ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିବେ ଯେ, ସ୍ମିଥଙ୍କ ବ୍ୟାଟରୁ କେବଳ ୨ ଦେଶ ବିପକ୍ଷରେ ରନ ବର୍ଷିଥାଏ। ବାକି ଅନ୍ୟ ଦେଶ ବିରୋଧରେ ତାଙ୍କର ଟେଷ୍ଟ ରେକର୍ଡ ଆଖିଦୃଶିଆ ନୁହେଁ।

ଷ୍ଟିଭ୍ ସ୍ମିଥଙ୍କ ଟେଷ୍ଟ କ୍ରିକେଟରେ ପ୍ରଦର୍ଶନ କେବଳ ଭାରତ ଏବଂ ଇଂଲଣ୍ଡ ବିପକ୍ଷରେ ରହିଛି। ଏହି ଦୁଇ ଦଳ ବିପକ୍ଷରେ ଯେତେ ରନ ଏବଂ ଶତକ ଷ୍ଟିଭ୍ ସ୍ମିଥ କରିଛନ୍ତି, ଅନ୍ୟ ୬ଟି ଦଳ ବିପକ୍ଷରେ ଅଧା ଶତକ ହିଁ ହାସଲ କରିଛନ୍ତି। ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ପ୍ଲେୟାର ଅଫ ଦ ସିରିଜରେ ମଧ୍ୟ ସମାନ ସ୍ଥିତି। ଭାରତ ଏବଂ ଇଂଲଣ୍ଡକୁ ବାଦ୍ ଦେଲେ ଅନ୍ୟ ଦେଶ ବିରୋଧରେ ସ୍ମିଥ ବିଫଳ ହୋଇ ଆସିଛନ୍ତି।

ସୂଚନାଯୋଗ୍ୟ, ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଅଦ୍ୟାବଧି ୩୨ ଶତକ ଅର୍ଜନ କରି ସାରିଛନ୍ତି। ଏଥିରୁ କେବଳ ୨୧ ଶତକ ଇଂଲଣ୍ଡ ଏବଂ ଭାରତ ବିପକ୍ଷରେ ରହିଛି। ବାକି ଦଳ ବିପକ୍ଷରେ ସେ ୧୧ ଶତକ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ୧୨ ଏବଂ ଭାରତ ବିପକ୍ଷରେ ୯ ଶତକ ଅର୍ଜନ କରିଛନ୍ତି। ବାକି ଦଳ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ ମଧ୍ୟ ବିଫଳ ରହିଛନ୍ତି।

ଯଦି ପ୍ଲେୟାର ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ଉପରେ ନଜର ପକାଯାଏ ତେବେ ଇଂଲଣ୍ଡ ଏବଂ ଭାରତ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସ୍ମିଥ ୧୧ ଥର ପ୍ଲେୟାର ଅଫ ଦ ମ୍ୟାଚ୍ ଜିତିଛନ୍ତି। କିନ୍ତୁ ଅନ୍ୟ ଦଳକୁ ମିଶାଇ ମାତ୍ର ୨ ଥର ମ୍ୟାଚର ହିରୋ ରହିଛନ୍ତି। ପ୍ଲେୟାର ଅଫ ସିରିଜ୍ ଉପରେ ନଜର ପକାଇଲେ ସେ ଭାରତ ଏବଂ ଇଂଲଣ୍ଡ ବିପକ୍ଷରେ ୩ ଥର ପ୍ଲେୟାର ଅଫ ଦ ସିରିଜ୍ ଜିତିଥିବା ବେଳେ ଅନ୍ୟ ଦଳ ବିପକ୍ଷରେ କେବଳ ଥରୁଟିଏ ଏହ ଆଓ୍ଵାର୍ଡ ଜିତିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ