Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି। ଏହି ଅବକାଶରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ କୁମାର ନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବର୍ତମାନ ଅବସର ଗ୍ରହଣ କରିଥିବା କ୍ରୀଡା ଶିକ୍ଷକ କୈଳାସଚନ୍ଦ୍ର ନାୟକଙ୍କ ପରିଚାଳନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ଏକାଧିକ ବାର ପ୍ରକୃତି ବନ୍ଧୁ ପୁରକୃତ ସୁବାସ ଚନ୍ଦ୍ର ନାୟକ, କୁଚିଣ୍ଡା ରେଞ୍ଜର ଶରତ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍କୁଲ ପରିସରରେ ଥିବା ଖାଲି ସ୍ଥାନ ଗୁଡିକରେ ପିଜୁଳି, ଆମ୍ବ ଆଦି ବିଭିନ୍ନ ଫଳ ଚାରା ସହ ଅନ୍ୟାନ୍ୟ ଚାରା ଶତାଧିକ ସଂଖ୍ୟାରେ ରୋପଣ କରାଯାଇଥିଲା।ଏଥିରେ ସାମାଜିକ କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଅତିଥିଗଣ ଅଂଶ ଗ୍ରହଣ କରି ଚାରା ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡା ବସ ମାଲିକ ସଂଘର କୋଷାଧ୍ୟକ୍ଷ ସୁରତ ପଟେଲ, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ସ୍ଵେଚ୍ଛାସେବୀ ବିଜୁ ସାହୁ, ତପସ୍ଵିନୀ ପରେଇ, ପ୍ରିୟଙ୍କା ନାୟକ, ସ୍ବରାଜ ଅମନ ପଟେଲ, ଚୈତନ୍ୟ ପୃଷେଠ, ଅଭିଷେକ ପୋଥାଳ, ମଳୟ ବାଗ, ସମୀର ଅନସାରୀ, ପ୍ରତୀକ କର୍ସେଲ, ଶାନ୍ତନୁ ଛତ୍ରିଆ, ତରୁଣ ଛତ୍ରିଆ, ଓମ ଶୁନାନି, ଜ୍ୟୋତିପ୍ରକାଶ କିସାନ ପ୍ରମୁଖ ବୃକ୍ଷ ରୋପଣରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀ ନାୟକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ