Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାତପୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସହ ସମ୍ବର୍ଦ୍ଧନା ଉତ୍ସବ

ଜମନକିରା : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଏବଂ ସମ୍ମର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ୭୪ ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଏକ ସଚେତନତା ମୂଳକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସ୍କୁଲ ପରିଚାଳନା କମିଟି ସଭ୍ୟ ରୁଦ୍ର ନାରାୟଣ ବେହେରା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଏକାଧିକ ବାର ପ୍ରକୃତି ବନ୍ଧୁ ପୁରସ୍କୃତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ମୁଖ୍ୟ ଅତିଥି,ବିଶିଷ୍ଟ କୃଷକ ନେତା ତଥା ସ୍କୁଲ ପରିଚାଳନା କମିଟି ସଭାପତି ସରୋଜ କୁମାର ମହାନ୍ତି, ମୁଖ୍ୟବକ୍ତା, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଶିଷ୍ଟ ଅତିଥି , କବି ରଜନୀ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକୃତି ଓ ଜୀବ ଜଗତ ଭିତରେ ଶ୍ୱାସ ପ୍ରଶ୍ୱାସ ସମ୍ପର୍କ ଥିବାରୁ ଉଭୟଙ୍କ ଭିତରେ ସମନ୍ଵୟ ରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ , ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଓ ଜନ ସଂଖ୍ୟା ନିୟନ୍ତ୍ରଣର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ।ମଣିଷ ଓ ପ୍ରକୃତି ଭିତରେ ମହୁମାଛି ଓ ଫୁଲର ସମ୍ପର୍କ ପରି ଭାବର ଆଦାନ ପ୍ରଦାନ ପାଇଁ ଆହ୍ବାନ ଦେଇଥିଲେ।ପ୍ରାରମ୍ଭରେ ଛାତ୍ରୀ ଗଣ ସ୍ୱାଗତ ସଙ୍ଗୀତ ଗାନ ପରେ ପ୍ରଧାନ ଶିକ୍ଷକ ରତନଲାଲ ସିଂହ ସ୍ୱାଗତ ବକ୍ତବ୍ୟ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବ୍ରତ କୁମାର ପଣ୍ଡା, କୈଳାସ ଚନ୍ଦ୍ର ଗୌଡ଼, ସୁମନ୍ତ କୁମାର ମହାକୁଲ, ଖଗେଶ୍ବର ନାଏକ, ମଧୁମିତା ବହିଦାର ଏବଂ ପ୍ରଦୀପ୍ତ କୁମାର ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଛାତ୍ରୀ ଚୁମୁକି ବେହେରା ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ସିଂଙ୍କୁ କଟକ ର ରାଜ୍ୟ ସ୍ଥାରୀୟ ଅନୁଷ୍ଠାନ ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ସାରସ୍ଵତ ସମ୍ମାନ ପ୍ରଦାନ ପୂର୍ବକ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ଭାବରେ କୁଚିଣ୍ଡା,ବାମରା ପରେ ଚଳିତ ବର୍ଷ ଜମନକିରା ବ୍ଲକରେ ବୃକ୍ଷ ରୋପଣ ତଥା ଜନସଚେତନତା ପାଇଁ ତୃତୀୟ ଥର ପ୍ରକୃତି ବନ୍ଧୁ ପୁରସ୍କାର ଘୋଷିତ ହୋଇ ଥିବାରୁ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଉପଢୌକନ, ଫୁଲ ତୋଡା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀ ଜିଜ୍ଞାସୁ ବୁଡ଼ା, ଭାନୁ ପ୍ରତାପ ସିଂ, ପ୍ରୀତି ବେହେରା, ରୁଚି ନାୟକ, ଭଗବତୀ ସିଂହ, ପୂଜା ପ୍ରଧାନ ପ୍ରମୁଖଙ୍କ ପରିଚାଳନାରେ ପ୍ରାୟ ଦୁଇ ଶହ ଫଳ ଚାରା ରୋପଣ କରାଯାଇଥିଲା। ପରିବେଶ ଆଧାରିତ କବିତା ମଧ୍ୟ ପାଠ କରାଯାଇଥିଲା। ଶେଷରେ ଛାତ୍ରୀ ମାନଙ୍କ ଉଦଯାପନୀ ସଙ୍ଗୀତ ଗାନ ଓ ଖେଳ ଶିକ୍ଷକ ପ୍ରଦୀପ୍ତ ବାରିକଙ୍କ ଧନ୍ୟବାଦ ଅର୍ପଣ କରିଥିଲେ। ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ସମସ୍ତେ ଖୁସିରେ ଉପଭୋଗ କରୁଥିବା ଦେଖା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ