Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରିଙ୍କୁ ସିଂଙ୍କ ଚୟନ ନ କରି ବିସିସିଆଇ କରିଛି ବଡ଼ ଭୁଲ୍, ବଡ଼ ପ୍ରଶ୍ନ ଉଠାଇଲେ ଆକାଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବୁଧବାର ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ ଘୋଷଣା କରିଛି। ଘୋଷିତ ୧୫ ଜଣିଆ ଦଳରେ ଯଶସ୍ଵୀ ଜୟସଓ୍ଵାଲ ଏବଂ ତିଳକ ବର୍ମାଙ୍କୁ ଚୟନ କରାଯାଇଛି। ଦଳରେ ୪ ସ୍ପିନର ଏବଂ ୪ ଦ୍ରୁତ ବୋଲରଙ୍କୁ ରଖାଯାଇଛି। ଚୟନ ହୋଇଥିବା ଦଳକୁ ନେଇ କ୍ରିକେଟ୍ ସମୀକ୍ଷକ ଭିନ୍ନ ଭିନ୍ନ ରାୟ ଦେବାରେ ଲାଗିଛନ୍ତି। ଏହି କ୍ରମରେ ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟର ଆକାଶ ଚୋପ୍ରା ତିଳକ ବର୍ମାଙ୍କ ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏମିତି ନାହିଁ ଯେ, ଆକାଶ ଏହି ଖେଳାଳିଙ୍କ ଚୟନରେ ଖୁସି ନାହାନ୍ତି, ମାତ୍ର ତାଙ୍କ କହିବା କଥା ଦଳର କମ୍ବିନେସନ ହିସାବରେ ତିଳକ ବର୍ମା ଫିଟ୍ ରହୁ ନାହାନ୍ତି। ଆକାଶଙ୍କ ମତରେ ତିଳକଙ୍କ ବଦଳରେ ରିଙ୍କୁ ସିଂଙ୍କୁ ଦଳରେ ଚୟନ କରାଯାଇଥିଲେ ଭଲ ହୋଇଥାନ୍ତି। ଆକାଶ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଶୁଭମନ ଗିଲଙ୍କ ସହ ଇଶାନ କିଷନ କିମ୍ବା ଯଶସ୍ଵୀ ଜୟସଓ୍ଵାଲ ଦୁହିଁଙ୍କ ମଧ୍ୟରୁ ଜଣେ ଓପନିଂ କରିବା ଦେଖିବାକୁ ପାଇବେ। ଏହା ପରେ ମଧ୍ୟ କ୍ରମରେ ସୂର‌୍ୟ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଳକ ବର୍ମା ରହିଛନ୍ତି।

ସେ କହିଛନ୍ତି, ମୋତେ ଲାଗୁନି ତିଳକ ବର୍ମାଙ୍କୁ ନମ୍ବର ୩ରେ ଖେଳାଯିବ। ଦଳର ଚୂଡାନ୍ତ ଏକାଦଶକୁ ଦେଖିଲେ ତିଳକ ନିମ୍ନକ୍ରମରେ ବ୍ୟାଟିଂ କରି ପାରନ୍ତି। କାରଣ ଚୟନକର୍ତ୍ତା ଦୁଇ ଜଣ ଟପ୍ ଓ୍ଵିକେଟ୍ କିପରଙ୍କ ଚୟନ କରିଛନ୍ତି ଯିଏ ଟପ ଅଫ ଦ ଅର୍ଡର ପାଇଁ ପ୍ରସ୍ତୁତ। ସୂର‌୍ୟ୍ୟକୁମାର ଯାଦବଙ୍କୁ ନମ୍ବର ୪ରୁ ତଳକୁ ଖେଳା ଯାଇ ପାରିବ ନାହିଁ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ନମ୍ବର ୫। ଏମିତିରେ ନମ୍ବର ୬ରେ ତିଳକ ବର୍ମାଙ୍କ ଚୟନ ଠିକ୍ ହେବ ନାହିଁ। ଏହା ଏକ ବଡ଼ ପ୍ରଶ୍ନ।

ଆକାଶଙ୍କ ଅନୁଯାୟୀ, ତିଳକ ବର୍ମା ନମ୍ବର -୬ ପଜିଶନ ପାଇଁ ଠିକ୍ ନୁହନ୍ତି। ତାଙ୍କ ସ୍ଥାନରେ ରିଙ୍କୁ ସିଂଙ୍କ ଚୟନ ହୋଇଥିଲେ ଉଚିତ୍ ହୋଇଥାନ୍ତା। ରିଙ୍କୁ ସିଂ ଆଇପିଏଲ୍ ୨୦୨୩ରେ ପାଖାପାଖି ୬୦ ହାରରେ ଏବଂ ୧୫୦ ଷ୍ଟ୍ରାଇକ ରେଟ୍ ସହ ୪୦୦ରୁ ଅଧିକ ରନ କରିଥିଲେ।