Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନାଧିକାରୀ ପ୍ରେମଜିତ ଦାସଙ୍କ ବଦଳି ପରେ ଏହି ଥାନାରେ ସବ୍ – ଇନ୍ସପେକ୍ଟର ସୁଧାଂଶୁ ଶେଖର ପାତ୍ର କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ। ଠିକ ଏକ ମାସ ପରେ ଆଜି ସୁଶାନ୍ତ କୁମାର ଦାଶ ନୂତନ ଅଧିକାରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଶ୍ରୀ ଦାଶ ଏହା ଆଗରୁ ମହୁଲପାଲି ଏବଂ ବୁର୍ଲା ଥାନାରେ ଆଇଆଇସି ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ। ଆଜି ଯୋଗଦାନ ପରେ ସେ ଜମନକିରା ଥାନା ଅଧୀନରେ ଥିବା ୧୧ ଟି ପଞ୍ଚାୟତରେ ଆଇନ ଶୃଙ୍ଖଳା କୁ ଜୋରଦାର କରିବେ, ଏଥିସହ ପାଟ୍ରୋଲିଂ, ଚୋରି, ରାହାଜାନୀ, ଡକାୟତି, ଗଞ୍ଜେଇ କାରବାର, ଜୁଆ, ସଟ୍ଟା ଆଦି ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବେ, ଆମ ପୋଲିସ ସମିତି ଏବଂ ସିନିୟର୍ ସିଟିଯେନ୍ ମାନଙ୍କ ସହ ସମୟାନୁସାର ବୈଠକ କରାଯିବ ନେଇ ଗୁରୁତ୍ଵ ଦେବି ବୋଲି କହିଥିଲେ। ସାମ୍ବାଦିକ ମାନଙ୍କ ସହ ସୁସମ୍ପର୍କ ରଖି କାର୍ଯ୍ୟ କରିବେ ବୋଲି କହିଥିଲେ। ଆଜି ସାକ୍ଷାତ ବେଳେ ସାମ୍ବାଦିକ ସଂଘ (OJU) ର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ, ଜିତେନ୍ଦ୍ର କୁମାର ମୁଦୁଲି ଏବଂ ଅନ୍ୟ ସାମ୍ବାଦିକ ମିଶି ଶ୍ରୀ ଦାଶଙ୍କ ସହିତ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ